ଦେବଗଡ: ତିଲେଇବଣୀ ବ୍ଲକ ଖୁଣ୍ଟିଆପାଲି, ବାସୁଦେବପୁର ଓ ସୁଗୁଡା ଅଂଚଳରେ ବୁଧୁବାର ରାତି ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଥିବା ଧାନଗୁଡିକ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ଦେବଗଡ଼ ରେଂଜ ଖୁଣ୍ଟିଆପାଲି ଗ୍ରାମରେ ବୁଧୁବାର ରାତିରେ ହାତୀ ପଲ ପଶି ଅଶୋକ ଶତପଥୀଙ୍କ ଧାନ, ଆଳୁ, ପିଆଜ ଚାଷ ଏବଂ ଖଳାରେ ଥିବା ଧାନକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ଏହାସହିତ ଗ୍ରାମର ଲଳିତ ଦୀପ, ଲୁଚନ ଦୀପ, ସନୁ ପ୍ରଧାନଙ୍କ ଖଳାରେ ଥିବା ଧାନକୁ ମଧ୍ୟ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ମହରଗା ଦେହୁରୀଙ୍କ ଗୁହାଳ ଘରର କାନ୍ଥ ଭାଙ୍ଗି ଦେଇଥିବା ବେଳେ ଶ୍ରୀପତି କିଷାନଙ୍କ ପୁଆଳ ଭାଡି ମଧ୍ୟ ଭାଙ୍ଗି ଦେଇଛନ୍ତି। ସୁଗୁଡା ଗ୍ରାମରେ ସୂର୍ଯ୍ୟମୁଖୀ ଫସଲ ଓ ତରଭୁଜ ଫସଲ ମାଡି ନଷ୍ଟ କରିଦେଇଛନ୍ତି। ବାସୁଦେବପୁର ଗ୍ରାମରେ ମଧ୍ୟ ବ୍ୟାପକ ପନିପରିବା ଚାଷ ସହ ଆମ୍ବ ଗଛ ନଷ୍ଟ କରିଥିବା ଜଣାପଡିଛି। ଦେବଗଡ଼ ଫରେଷ୍ଟର ପ୍ରଶାନ୍ତ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଗ୍ରାମବାସୀଙ୍କ ସହ ହାତୀପଲକୁ ଘଉଡାଇଥିଲେ। ଗତ ଅକ୍ଟୋବରରେ ଉକ୍ତ ଅଂଚଳରେ ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା। ବର୍ତ୍ତମାନ ଉକ୍ତ ଅଂଚଳରେ ଚାଷୀମାନେ ତରଭୁଜ ଚାଷ କରିଛନ୍ତି। ପୁଣି ହାତୀ ଉପଦ୍ରବ ଯୋଗୁଁ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ଚାଷୀକୁଳ। ଉକ୍ତ ହାତୀପଲରେ ୨୨ଟି ହାତୀ ଥିବା ବେଳେ ବର୍ତ୍ତମାନ ଉକ୍ତ ହାତୀପଲ କାଲକାଟ ଡିପିଏଫର ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏ ସଂପର୍କରେ ଫରେଷ୍ଟର ଶ୍ରୀ ଶତପଥୀ ହାତୀ ଗତିବିଧି ଉପରେ ତୀଷ୍ମ ଦୃଷ୍ଟି ରଖାଯାଇଥିବା ପ୍ରକାଶ କରିଛନ୍ତି।
ହାତୀ ଉପଦ୍ରବ: ଦଳିଦେଲେ ଫସଲ, ଭାଙ୍ଗିଦେଲେ ଘର
ଚିନ୍ତାରେ ଚାଷୀକୁଳ
/sambad/media/post_attachments/wp-content/uploads/2018/01/deva.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)