ଦେବଗଡ଼: ଜାଲ ସାର୍ଟିଫିକେଟ ଦାଖଲ କରି ଜିଆର୍ଏସ୍ ଚାକରି ପାଇଁ ଆବେଦନ କରିଥିବା ଜଣେ ଯୁବକକୁ ଦେବଗଡ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଶନିବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି। ଦେବଗଡ଼ ଥାନା ଲଇମୁରା ଫାଣ୍ତି ଅନ୍ତର୍ଗତ ଗମ୍ଭାରୀପୋଶି ଗ୍ରାମର ଚିତ୍ରସେନ କିଷାନଙ୍କ ପୁଅ ଶଙ୍କର କିଷାନ ଗତ ୨୦୧୮ରେ ଜିଆର୍ଏସ୍ ପଦ ପାଇଁ ଆବେଦନ କରିବା ବେଳେ ଜାଲ +୨ ସାର୍ଟିଫିକେଟ ଦାଖଲ କରିଥିଲେ। ଏଥି ସହ ଆବେଦନକାରୀ ଶଙ୍କର ଯୋଗ୍ୟତା ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲେ। ତେବେ ଦାଖଲ କାଗଜାତଗୁଡ଼ିକର ଚୂଡ଼ାନ୍ତ ଯାଞ୍ଚ ବେଳେ ଶଙ୍କର ଅସଲ +୨ ସାର୍ଟିଫିକେଟ ଦଖଲ କରିପାରି ନଥିଲେ। ତେଣେ ଯୋଗ୍ୟତା ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ଡିଆର୍ଡିଏ ପିଡିଙ୍କ ନିକଟଟରେ ଶଙ୍କର ନକଲି +୨ ସାର୍ଟିଫିକେଟ ଦାଖଲ କରିଥିବା ଅଭିଯୋଗ କରିବାରେ ଗତ ଜୁଲାଇ ୨୫ ତାରିଖରେ ଏ ସମ୍ପର୍କରେ ପିଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ଅଧାରରେ ପୁଲିସ ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରିବା ସହ ଆଇପିସିର ଦଫା ୪୬୮, ୪୭୧ ଓ ୪୭୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ୍ କହିଛି।
ଜାଲ୍ ସାର୍ଟିଫିକେଟରେ ଚାକିରି ଆବେଦନ, ଜଣେ ଗିରଫ
/sambad/media/post_attachments/wp-content/uploads/2019/01/tment-can-i-go-to-rehab-instead-of-jail-article-photo-hands-of-prisoner-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)