ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣୀ ଗ୍ରାମ ନିକଟରେ ଥିବା ଏକ କମଳା ବଗିଚା କଡରେ ହାତୀ ପଡି ରହିଛି। ରାତି ୨ ଟା ବେଳେ ୧୭ ରୁ ୧୮ ପଟ ହାତୀ ଏକ ସଙ୍ଗେ ଆସିଥିଲେ। କମଳା ବଗିଚାରେ ପାଣି ମଡ଼ାଇବାକୁ ବିଦ୍ୟୁତ ଟଣା ହୋଇଥିଲା। ଏହାର ସଂସ୍ପର୍ଶରେ ଆସି ରାତିରୁ ମାଈ ହାତୀଟି ମରିଥିବା ଗ୍ରାମବାସୀଙ୍କ ମୁହଁରୁ ଜଣା ପଡ଼ିଛି।
ସାଥୀରେ ଥିବା ଅନ୍ୟ ହାତୀମାନେ ମଲା ହାତୀକୁ ଜଗି ରହିଛନ୍ତି। ଏହାପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ଓ ଗ୍ରାମବାସୀ ହାତୀକୁ ଜଗି ରହିଛନ୍ତି। ତେବେ ଜିଲ୍ଲାରେ ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/1736f854-172e-426a-9f75-b0c776695d32.jpg)