ଦେବଗଡ଼: ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମର ଥିବା ଉକଚୁଣି କଟାରୁ ଜବରଦଖଲ ଉଚ୍ଛେଦ କରିବା ସହିତ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗୁରୁବାର ଗ୍ରାମବାସୀ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ବହୁବର୍ଷ ପୂର୍ବରୁ ଗ୍ରାମର ପୂର୍ବପୁରୁଷମାନେ ଶ୍ରମଦାନ କରି ଏହି କଟା ନିର୍ମାଣ କରିଥିଲେ। ପରବର୍ତ୍ତି ସମୟରେ ସରକାରଙ୍କ ଅନୁଦାନରୁ ସେହି କଟାର ଉନ୍ନତି କରାଯାଇ ଗ୍ରାମରେ ଚାଷ ପାଇଁ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ଏହି କଟାର ପାଣିକୁ ବ୍ୟବହାର କରି ଛେପିଲିପାଲି ଓ ଆଖପାଖ ଅଞ୍ଚଳର ପ୍ରାୟ ୨୫୦ ଏକରରୁ ଅଧିକ ଜମିରେ ଚାଷ କାର୍ଯ୍ୟ ପାଇଁ ଚାଷୀ ନିର୍ଭର କରିଥାନ୍ତି। ତେବେ ଶ୍ରୀନିବାସପୁର ଗ୍ରାମର ବୁଧୁ ଦେହୁରୀ, ରଞ୍ଜନ ଦେହୁରୀ, କାଳିଆ ଦେହୁରୀ, କାହ୍ନୁ ନାଏକ ଓ ପହିଲିମାନ ନାଏକ ମିଳିତ ଭାବେ ଚଞ୍ଚକତା କରି କେ. ପଟା ହାସଲ କରି କଟାର ପଶ୍ଚିମ ଦିଗକୁ ଜବର ଦଖଲ କରି ଚାଷ କରୁଛନ୍ତି। ଫଳରେ ଛେପିଲିପାଲି ଗ୍ରାମର ପ୍ରାୟ ୨୫୦ଏକର ଚାଷ ଜମିକୁ ପାଣିର ଅଭାବ ଦେଖା ଦେଇଛି। ଫଳରେ ପାଣି ଅଭାବରୁ ମରୁଡିଗ୍ରସ୍ତ ହେବାର ଆଶଙ୍କା କରି ଛେପିଲିପାଲି ଗ୍ରାମର ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜବରଦଖଲ ଉଚ୍ଛେଦ କରିବା ସହ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିଗରେ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି।
କଟାରୁ ଜବରଦଖଲ ଉଚ୍ଛେଦ ଦାବିରେ ଛେପଲିପାଲି ଗ୍ରାମବାସୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2019/06/deba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)