ଦେବଗଡ଼: ଟ୍ରାକ୍ଟର ଓଲଟି ପଡ଼ିବାରୁ ୪ ଆହତ, ୨ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର

ଦେବଗଡ଼: ପାଣି ନ ଥିବା ଟ୍ୟାଙ୍କର ନେଇ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଗୁରୁବାର ୨ ନାବାଳକ ସମେତ ୪ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦେବଗଡ଼-ରିୟାମାଳ ରୋଡ଼ର ରିଆମାଳ ଥାନା ଅନ୍ତର୍ଗତ ଚିକିନିଘାଟି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଦେବଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ନିବେର୍ଣ୍ଣିସାହିର ରାଜେଶ ମୁଣ୍ଡା(୧୯), ବିକ୍ରମ ମୁଣ୍ଡା(୧୨), ରଥୀ ମୁଣ୍ଡା(୧୮) ଓ ପିଆରା କେରକେଟା(୧୯) ଆହତ ହୋଇଥିଲେ।

ନିର୍ମାଣ କାମରୁ ଫେରୁଥିବା ଟ୍ରାକ୍ଟରରେ ୫ଜଣ ବସିଥିଲେ। ଟ୍ରାକ୍ଟରଟି ଓଲଟିବା ମାତ୍ରେ ୫ମ ବ୍ୟକ୍ତି ଭୟରେ ସେଠାରୁ ଖସି ପଳାଇ ଯାଇଥିଲା। ଚାଳକ ରାକେଶ ଓ ବିକ୍ରମ ସାମାନ୍ୟ ଆହତ ହୋଇଥିବା ବେଳେ ରଥୀ ଓ ପିଆରାଙ୍କୁ ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୂଚନା ପାଇଁ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର