ଲଇଡ଼ା: କତରବଗା ଥାନା ଲଇଡ଼ା ଫାଣ୍ଡି ଅଂଚଳର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଦୁଇ ଜଣ ସଂପର୍କୀୟ ଦିଅର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ତଥା ସଂପର୍କୀୟ ଦିଅର ଜଗଦୀଶ ବୁଦୁଲା ଓ କୁଶ ବୁଦୁଲାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କ ଡାକ୍ତରୀ ମାଇନା ପରେ ମଂଗଳବାର କୋର୍ଟ ଚାଲାଣ କରାଯାଇଥିବା କତରବଗା ଥାନାଧିକାରୀ ସୂଚନା ଦେଇଛନ୍ତି।
ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
/sambad/media/post_attachments/wp-content/uploads/2018/02/delhi_rape_-1.jpg)