ଜନଜାତି ଅଧିକାର ସମାବେଶ

ଦେବଗଡ଼: ବନବାସୀ କଲ୍ୟାଣ ଅଶ୍ରମ, ଓଡ଼ିଶା ଦେବଗଡ଼ ଶାଖା ପକ୍ଷରୁ ଶୁକ୍ରବାର ଜନଜାତି ଅଧିକାର ସମାବେଶ ଅନୁଷ୍ଠିତ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ପ୍ରଦାନ କରାଯାଇଛି। ଆଶ୍ରମର ରାଜ୍ୟ ସଂଗଠନ ମନ୍ତ୍ରୀ ବିଶ୍ୱାମିତ୍ର ମହାନ୍ତି, ଦେବଗଡ଼ ଜିଲ୍ଲା ସଭାପତି ଡମୁ କିଷାନ, ଉପସଭାପତି ଦିବାକର ପାତ୍ର, ସମ୍ପାଦକ ଚୂଡ଼ାମଣି ପ୍ରଧାନ, ପ୍ରାନ୍ତ ସମ୍ପାଦକ ଧନେଶ୍ୱର ମହନ୍ତ, କାର୍ଯ୍ୟାଳୟ ପ୍ରମୁଖ ରଞ୍ଜନ ସ୍ୱାଇଁ, ପ୍ରାନ୍ତ ବନବାସୀ ହିତ ରକ୍ଷା ପ୍ରମୁଖ ପୁରୁଷୋତ୍ତମ ସାହୁ, ଦେବଗଡ଼ ନଗର ସଭାପତି ପ୍ରଭାସ ମିଶ୍ର, ବିଭାଗ ସଂଗଠନ ମନ୍ତ୍ରୀ ପରମାଣି ଜାମୁଦା, ଅଖିଳ ଭାରତୀୟ ଲୋକକଳା ପ୍ରମୁଖ ବିରବଲ ସିଂ, ଜିଲ୍ଲା ମହିଳା ପ୍ରମୁଖ କଳ୍ପନା ନାୟକ ଓ ବାସନ୍ତି ଭୁଟା, ଆର୍‌ଏସ୍‌ଏସ୍‌ର ଅନନ୍ତ ନାରାୟଣ ଦାଶ, ଆଲୋକ ମିଶ୍ର, ଅରୁଣ ଟାଲି, ରାଜେଶ ଦାଶ, ଲକ୍ଷ୍ମଣ ଦେହୁରୀ ଓ କ୍ଷୀରସିନ୍ଧୁ ଭୋଇଙ୍କ ନେତୃତ୍ୱରେ ୧୮ ପ୍ରକାର ଜନଜାତିର ବହୁ ମହିଳା ଓ ପୁରୁଷ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।

ଜିଲ୍ଲାର ଜନଜାତି ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା, ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତ ସମସ୍ତ ବନାଞ୍ଚଳ ଗ୍ରାମବାସୀଙ୍କୁ ବନାଧିକାର ପଟ୍ଟା ପ୍ରଦାନ, ସମସ୍ତ ବୁଢ଼ାବୁଢ଼ୀ ଓ ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ, ପେସା, କାନୁନ ଅନ୍ତର୍ଗତ ସଭାର ନିଷ୍ପତ୍ତିକୁ ସମସ୍ତ ଯୋଜନାରେ ମହତ୍ତ୍ୱ ପ୍ରଦାନ ଆଦି ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଅନୁଷ୍ଠିତ ସଭା ସ୍ଥଳରେ ଆଦିବାସୀମାନେ ପାରମ୍ପରିକ ନାଚଗୀତ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର