ରିଆମାଳ: ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ଗୁଳାବନ୍ଧ ଗ୍ରାମରେ ଲୋକେ ଏବେ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ୧୭୪ ପରିବାର ବିଶିଷ୍ଟ ଗାଁ’ରେ ୬ଟି ନଳକୂଅ ଥିବା ବେଳେ କୌଣସି ନଳକୂଅରୁ ଠିକ ଭାବେ ପାଣି ବାହାରୁ ନାହିଁ। ତେଣୁ ସ୍ବଜଳଧାରା ଯୋଜନାରୁ ମିଳୁଥିବା ପାଣି ହିଁ ଲୋକମାନଙ୍କ ଏକମାତ୍ର ସାହା ଭରସା ପାଲଟିଛି। ମାତ୍ର ପ୍ରାୟ ୨୦ ଦିନ ହେବ ସେଥିରୁ ପାଣି ଯୋଗାଣ ବନ୍ଦ ଥିବାରୁ ଲୋକେଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରିଛନ୍ତି। ଗ୍ରୀଷ୍ମ ଋତୁ ଚାଲିଥିବାରୁ ପାଣିର ଚାହିଦା ଢେର ବଢ଼ି ଯାଇଥିବା ବେଳେ ଏଭଳି ପରିସ୍ଥିତିରେ ୨୦ ଦିନ ପାଣି ନ ମିଳିବା ଓ ସବୁ ଜାଣି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜିଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
ଗୁଳାବନ୍ଧରେ ପାନୀୟ ଜଳ ସମସ୍ୟା
/sambad/media/post_attachments/wp-content/uploads/2019/04/deba-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)