ଡାକ୍ତରଖାନା ପରିସର ଶୌଚାଳୟରେ ତାଲା

ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସୁଲଭ ଶୌଚାଳୟ ଅନେକ ଦିନ ହେଲା ତାଲା ପଡ଼ିଛି। ଫଳରେ ସେଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିଚୟ ଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ନିକଟରେ ଥିବା ଖୋଲ ପଡ଼ିଆ କିମ୍ବା ଜମିକୁ ଶୌଚ ପାଇଁ ଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ପାଣିର ସୁବ୍ୟବସ୍ଥା ସହ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଠିକ୍‌ ଭାବେ ସଫେଇ ହେଉ ନଥିବାର ଶୌଚାଳୟଟି ନଷ୍ଟ ହେବାକୁ ବସିଲାଣି। ପାଇପ୍‌ ଭାଙ୍ଗି ଯାଇଥିବାରୁ ସେଠାକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ୨୦୦୫ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ଶୌଚାଳୟଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର