ଦେବଗଡ଼: ୪୦ ବର୍ଷ ପରେ ବି ମିଳିନି ରେଙ୍ଗାଳି ନଦୀ ବନ୍ଧ ବାସଚ୍ୟୁତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ଓ ଥଇଥାନ ସୁବିଧା। ରାଜ୍ୟ ସରକାର ଏଥିରେ ଚରମ ଅବହେଳା କରିଥିବା ବାସଚ୍ୟୁତ ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରତିବାଦ ସ୍ବରୂପ ସୋମବାର ଦିନ ରେଙ୍ଗାଲୀ ବାସଚ୍ୟୁତ ସୁରକ୍ଷା ସମିତି (ଦେବଗଡ଼, ପାଲଲହଡା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ବରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମୂହ ଧାରଣା ଦିଆଯାଇଛି। ସମସ୍ୟାର ସମାଧାନ ପାଇଁ ୨୦୧୦ ଜୁଲାଇ ୯ ତାରିଖରେ ଖୋଦ୍ ମୁଖ୍ୟମନ୍ତ୍ରୀ ଜଳ ସଂପଦ, ରାଜସ୍ୱ, ଅର୍ଥ ଓ ଆଇନ ବିଭାଗ ସଚିବଙ୍କୁ ନେଇ ବୈଠକ କରିଥିଲେ ହେଁ ଉକ୍ତ ବୈଠକର ନିଷ୍ପତ୍ତି ୮ ବର୍ଷ ପରେ ବି କାର୍ଯ୍ୟକାରୀ ନ ହୋଇ ଶୀତଳ ଭଣ୍ଡାରେ ପଡ଼ି ରହିଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ବିସ୍ଥାପିତଙ୍କୁ ନ୍ୟାୟ ଦାବି:ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ଧାରଣା
/sambad/media/post_attachments/wp-content/uploads/2019/02/deba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)