ଦେବଗଡ଼: ସୋମବାର ଦିନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଭାରପ୍ରାପ୍ତ ସିଡିଏମ୍ଓ ଡା. ଶାନ୍ତିଲତା ଦାଶ, ଭାରପ୍ରାପ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମହେଶ ମୋହନ ପଣ୍ତା, ସ୍ବାସ୍ଥ୍ୟ ମିସନ ପରିଚାଳକ ମନୋରଞ୍ଜନ ସାହୁ, ମାର୍କଣ୍ଡେଶ୍ବର ଶତପଥୀ ପ୍ରମୁଖ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମରେନ୍ଦ୍ର ନାଥ ମିଶ୍ର, ଲୋପାମୁଦ୍ରା ପ୍ରଧାନ, ସୌଦାମିନୀ ଦତ୍ତ, ମନମୋହନ ସାହୁ, ଲକ୍ଷ୍ମୀପ୍ରିୟା ସ୍ବାଇଁ, ଅଙ୍ଗନୱାଡ଼ି କର୍ମୀ ତଥା ବହୁ ସ˚ଖ୍ୟାରେ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲ। ସଭା ପୂର୍ବରୁ ଏଏନ୍ଏମ୍ ତାଲିମ କେନ୍ଦ୍ରର ପ୍ରଶିକ୍ଷାର୍ଥୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟ ମିସନ ପରିଚାଳକ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ। ସେହିପରି ନେହରୁ ଯୁବ କେନ୍ଦ୍ର ଓ ମହାତ୍ମା କୃଷକ କ୍ଲବ ମିଳିତ ଆନୁକୂଲ୍ୟରେ ବାରକୋଟ ବ୍ଲକ ପୁରୁକୁଣ୍ତାରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା। ଯୁବ କେନ୍ଦ୍ର ସ˚ଯୋଜକ ପ୍ରଦୀପ ବିଶ୍ବାଳଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାପାଲି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡା. କେଦାରେଶ୍ବର ଧଳ, ରମ୍ଭେଇ ସରପଞ୍ଚ ସୁଜାତା ପ୍ରଧାନ, ଅବରସପ୍ରାପ୍ତ ରେଞ୍ଜ ଅଫିସର ଦେବାର୍ଚ୍ଚନ ପଟ୍ଟା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମୁଦବନ୍ଧୁ ନାୟକ, ଗିରିଧାରୀ ନାୟକ, ଗଣେଶ୍ବର ନାୟକ, ଚେଣ୍ଡାଳ ଜାଲ, କ୍ଲବର ସଭାପତି ଶଶିଭୂଷଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବର ସଭ୍ୟ ଲିଙ୍ଗରାଜ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁବ୍ରତ ମହାକୁଳ ଓ ନିରୂପ ଦାସ ସହଯୋଗ କରିଥିଲେ।
ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ଅତିରିକ୍ତ ଜିଲ୍ଲା ଜଜ୍ ସରୋଜ ସାହୁଙ୍କ ଅଧୢକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ବିଭିନ୍ନ ଆଇନ ସଂପର୍କରେ ଆଲୋଚନା କରାଯାଇଥିଲା। ରେଜିଷ୍ଟ୍ରାର୍ ତିରଞ୍ଜନ ପାତ୍ର, ସିନିୟର ସିଭିଲ ଜଜ୍ ଦିଲୀପ ସାହୁ, ଏସ୍ଡିଜିଏମ୍ ସୌଦାମିନୀ ବିଶ୍ବାଳ, ପ୍ରାଧିକରଣ ସ˚ପାଦିକ ପ୍ରିୟରଞ୍ଜନ ମିଶ୍ର, ଜିଲ୍ଲା ବରିଷ୍ଠ ନାଗରିକ ଫୋରମ ସଭାପତି ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଇନ୍ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀ ମହାପାତ୍ର ଏକ କବିତା ପାଠ କରିଥିବା ବେଳେ ସଭାରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।