ଦେବଗଡ଼: ଭୂମିହୀନଙ୍କୁ ଘର ଡିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ମଙ୍ଗଳବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଅଫିସ୍ ଭିତରକୁ ଧସେଇ ପଶୁଥିବା ବେଳେ ରୋକିବାକୁ ଚେଷ୍ଟା କରୁଥିବା ପୁଲିସ୍ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପ୍ରକାଶଥାଉ କି ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମରମଙ୍କ ନେତୃତ୍ୱରେ ଗୋପାଳଜୀଉ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାର ବହୁ ଲୋକ ଭୂମିହୀନ ଥିବା ବେଳେ ଅନ୍ୟପଟେ ବହୁ ସଂଖ୍ୟାରେ ଆଦିବାସୀ ଜଙ୍ଗଲ ଜମି ପଟ୍ଟା ପାଇପାରି ନାହାନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଜମି ଓ ପଟ୍ଟା ପ୍ରଦାନ ପାଇଁ ଦଳ ପକ୍ଷରୁ ଦାବ କରାଯାଇ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଫିସ୍କୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ରୋକୁଥିବା ପୁଲିସ୍ ସହ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଗତ ଡିସେମ୍ବର ୪ ତାରିଖ ଓ ଏପ୍ରିଲ ୧୧ ତାରିଖରେ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଦାବି ପୂରଣ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ସହ ଜିଲ୍ଲା ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି କଂଗ୍ରେସ ସଭାପତି ଶ୍ରୀ ହେମରମ ଚେତାବନୀ ଦେଇଛନ୍ତି। ଆଜିର ବିକ୍ଷୋଭରେ ଯୁବ କଂଗ୍ରେସ ଜିଲ୍ଲା ସଭାପତି ସିଦ୍ଧେଶ୍ୱର ଗୁରୁ, ରିଆମାଳ ବ୍ଲକ ସଭାପତି ସୁଶାନ୍ତ ସ୍ୱାଇଁ, ସଭାନେତ୍ରୀ ମୀନତି ନାୟକ, ଜିଲ୍ଲା ଏସ୍ସି ସେଲ ସଭାପତି ମଂଜୁଳ ନାଏକ, ବାରକୋଟ ବ୍ଲକ ସଭାପତି ଯଶୋବନ୍ତ ସାହୁଙ୍କ ସହ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇଥିଲେ।
ଭୂମିହୀନଙ୍କୁ ଘର ଡିହ ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦାବି:ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା କଂଗ୍ରେସ, ଧସ୍ତାଧସ୍ତି
/sambad/media/post_attachments/wp-content/uploads/2018/06/deba-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)