ଦେବଗଡ଼/ରିଆମାଳ: ଦେବଗଡ଼ ୱେସ୍କୋ ଡିଭିଜନ ଅନ୍ତର୍ଗତ ରିଆମାଳ ବ୍ଲକର ରେଙ୍ଗାଲବେଡ଼ା ବିଦ୍ୟୁତ ସବଷ୍ଟେସନରେ କାର୍ଯ୍ୟରତ ଲାଇନମ୍ୟାନ ଦେବରାଜ ରଣା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି। ଦେବରାଜଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବୋଲି ଜଣାଯାଇଛି।
ଶୁକ୍ରବାର ସକାଳେ ଦେବରାଜ ସବଷ୍ଟେସନରେ ଥିବା ଖୁଣ୍ଟ ଉପରେ ଚଢ଼ି ଫ୍ୟୁଜ ବାନ୍ଧୁଥିଲେ। ତେବେ ଅସାବଧାନତା ବଶତଃ ନିକଟରେ ଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ଖୁଣ୍ଟ ଉପରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସତ୍ୟବ୍ରତ ପଣ୍ଡା, ଏସଡିଓ ଆନନ୍ଦ କାଲୋଙ୍କ ସମତେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ବିଦ୍ୟୁତ୍ ଆଘାତରେ ଲାଇନ୍ମ୍ୟାନ୍ ଗୁରୁତର
/sambad/media/post_attachments/wp-content/uploads/2019/06/debagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)