ରିଆମାଳ ଫରେଷ୍ଟରେଞ୍ଜରେ କଲରାପତରିଆ ବାଘଛାଲ ଜବତ: ଦୁଇ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲାର ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜରେ ବାଘଛାଲ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡ଼ା(୫୫) ଓ  ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ (୪୦)।

ପ୍ରାପ୍ତ ସୂଚନା ଅନୁଯାୟୀ, ପଳସମା ଫରେଷ୍ଟ ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ନେଇ ବନବିଭାଗ ଖବର ପାଇଥିଲ।। ଦେବଗଡ଼ ଡି.ଏଫ.ଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦେଶରେ ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁ, ପଳସମା ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ସମେତ ସଦଳବଳେ ଜଙ୍ଗଲରେ ବୁଧବାର ଚଢାଉ କରିଥିଲେ। ଚଢାଉ ବେଳେ ପ୍ରହଲ୍ଲାଦଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ କଲରାପଡତରିଆ ବାଘ ଛାଲ ଜବତ କରିଥିଲେ। ଘଟଣା ସ୍ଥଳରୁ ସିମିଳିହତା ଗ୍ରାମର ପାଣ୍ଡବ ଫେରାର ହୋଇଯାଇଥିଲେ। ସିମିଳିହତା ଗ୍ରାମକୁ ଯାଇ ପାଣ୍ଡବଙ୍କୁ ମଧ୍ୟରାତ୍ରରେ ଗିରଫ କରଥିବା ନେଇ ବନବିଭାଗ ସୂଚନା ଦେଇଛି। ବାଘଛାଲର ଟି ୧୮୦ ସେ.ମିର ହୋଇଥିବା ବେଳେ ଏହି ଘଟଣାରେ ଅଧିକ ପ୍ରମାଣ ପାଇଁ ତଦନ୍ତ ଚାଲିଥିବା ନେଇ ଜଣାପଡ଼ିଛି ।

ଆଜି ସକାଳେ ଦେବଗଡ଼ ଜିଲ୍ଲାର ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ବିକ୍ରି ପାଇଁ ଥିବା ବାଘଛାଲ ଜବତ କରାଯାଇଥିଲା। ବାଘଛାଲ ବିକ୍ରି କରୁଥିବା ଦୁଇଜଣଙ୍କୁ ବି ଗିରଫ କରାଯାଇଥିଲା। ଏନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର