ଦେବଗଡ଼: କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲ୍ଲାର ୩ଟି ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିଦିଆଯାଇଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି ।
ଆଜି ପୂର୍ବାହ୍ଣରେ ମାଜିଷ୍ଟ୍ରେଟ ଭାବେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ ,ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ସହରର ବିଭିନ୍ନ ସାହି ବୁଲି ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଥିବା ସମସ୍ତ ରେଷ୍ଟୁରାଣ୍ଟ, ବାର, କଫି ସପ୍, କେଣ୍ଟିନ୍, ଅନ୍ୟାନ୍ୟ ଦୋକାନ ଯେଉଁଠାରେ ଅଧିକ ଲୋକ ଖାଇବା ନିମନ୍ତେ ଏକତ୍ରିତ ହେଉଛନ୍ତି ସେଗୁଡିକୁ ତତ୍କ୍ଷଣାତ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସମସ୍ତ ହୋଟେଲଗୁଡିକରେ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଅତିକମ୍ରେ ୨ମିଟର ବ୍ୟବଧାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/sambad/media/post_attachments/wp-content/uploads/2020/03/353fcb88-a8fd-4e53-94f8-8aa716f0eb68-300x225.jpg)
ଗ୍ରାହକମାନେ ଯେପରି ପରସ୍ପରଠାରୁ ଦୂରେଇ ରହିବେ ସେଥିପ୍ରତି ଯତ୍ନବାନ ହେବା ସଂଗେ ସଂଗେ ହୋଟେଲମାଲିକମାନେ ଗ୍ରାହକଙ୍କୁ ହୋଟେଲରେ ବସି ଖାଦ୍ୟ ନ ଖାଇ ଘରକୁ ନେଇଯିବା ନିମନ୍ତେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।ସେହିପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତଗୁଡିକୁ ପୂର୍ବାହ୍ଣ ୧୧ଟା ସମୟରୁ ୧ଟା ପର୍ଯ୍ୟନ୍ତ ଖୋଲାଯିବ ଓ କେବଳ ଜରୁରୀକାଳିନ କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/c7e40fb3-f984-4732-b953-754657a95c25.jpg)