ଜଳୁଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ

ଦେବଗଡ଼: ଶୁକ୍ରବାର ସକାଳେ କୁରୁଡକୋଡ ରାସ୍ତାରେ ଥିବା ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଜଳୁଛି। ଗତ ତିନି ଦିନ ହେଲା ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲାଗିବା ଦ୍ଵାରା ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷ ଓ ଅନ୍ୟାନ୍ୟ ଗଛଲତା ନଷ୍ଟ ହେଉଛି। ଏହାଦ୍ୱାରା ବୃକ୍ଷଲତା କମିବା ଦ୍ଵାରା ପ୍ରଧାନପାଟ ଜଳପ୍ରପାତର ଧାରା ମଧ୍ୟ ଶୁଖିବାକୁ ବସିଲାଣି। ସାଧାରଣତଃ ଫେବ୍ରୁଆରି ୧୫ ପରେ ଏବଂ ମାର୍ଚ୍ଚ ମାସରେ ମହୁଲ ପାଇଁ ନିଆଁ ଲଗାଯାଇଥାଏ। ଠିକ ଏହି ସମୟରେ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି। ଏପରିି ଜଙ୍ଗଲ ନଷ୍ଟ ହେବା ଦ୍ଵାରା ଜଳବାୟୁ ବିବର୍ତ୍ତନ ଦେଖାଦେଇଛି। ଜଙ୍ଗଲର ସୁରକ୍ଷା କରିବା ପାଇଁ ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପରି ନିଆଁ ଲାଗିବା ଦ୍ଵାରା ବୃଷଲତା ନଷ୍ଟ ହେବା ସହିତ ଜଙ୍ଗଲ ସୁରକ୍ଷା ହେଉ ନଥିବାରୁ ସାଧାରଣତଃ ଲୋକଙ୍କ ମଧ୍ୟରେ ବହୁ ପ୍ରକାର ଚର୍ଚା ଜୋର୍‌ ଧରିଛି। ଗତବର୍ଷ ମଧ୍ୟ ଫେବ୍ରଆରି ପ୍ରଥମ ସପ୍ତାହରୁ ଜଙ୍ଗଲରେ ନିଆଁ ଲାଗିଥିଲା। ଏଥିପ୍ରତି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର