ଦେବଗଡ଼: ଆଉ ଗୋଟିଏ ସପ୍ତାହ ପରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଜଣେ ଯୁବକଙ୍କର ମଙ୍ଗରବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ସଦର ଥାନା ଅନ୍ତର୍ଗତ ଟାଇଁସର ନିକଟରେ ଜାତୀୟ ରାଜପଥ ୪୯ ନମ୍ବରରେ ଏକ ଟ୍ରକ ସହିତ ବାଇକ ଚାଳକ ଯୁବକଙ୍କ ମୁହାଁମୁହିଁ ଧକ୍କା ହେବାରୁ ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ନରୋତ୍ତମ ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Advertisment

ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ପୁଲିସ ଅଟକାଇ ଥିଲା। ପୁଲିସ ଟ୍ରକ ଓ ଚାଳକକୁ ଅଟକ ରଖିଥିବା ବେଳେ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତି ପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଆଗାମୀ ଜାନୁଆରି ୨୬ରେ ନରୋତ୍ତମର ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ରାସ୍ତାରୋକ ପରେ ରେଡକ୍ରସରୁ ୨୫ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି।