ଦେବଗଡ଼ : ଥ୍ରେସର୍ ମେସିନ୍ରେ ଧାନ ଅମଳ କରିବା ସମୟରେ ଜଣେ ଯୁବକଙ୍କ ଡାହାଣ ହାତ କଟିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକର ତେଲିମୁଣ୍ଡା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ରାଇତାବାହାଳ ପଞ୍ଚାୟତ ତେଲିମୁଣ୍ଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଖଳାରେ ଥ୍ରେସର ମେସିନରେ ଧାନ ଅମଳ ଚାଲିଥିଲା। ମେସିନ୍ ଚାଳକ ରାଜକୁମାର ଯାଦବ(୩୨) ଧାନ ଅମଳ କରୁଥିଲେ। ତେବେ ଅସାବଧାତା ଯୋଗୁଁ ରାଜକୁମାରଙ୍କ ଡାହାଣ ହାତ ମେସିନ୍ରେ ରହି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରକୋଟ ମେଡିକାଲ ପରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରାଜକୁମାର ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/paddy-machine.jpg)