ଦେବଗଡ଼: ଦେବଗଡ଼ ପୌର ପରିଷଦ ପକ୍ଷରୁ ପୁରୁଣା ରାଜକୁମାର ହାଇସ୍କଲ ନିକଟରେ ନିର୍ମାଣାଧୀନ ମାର୍କେଟ୍ କଂପ୍ଲେକ୍ସର ଦୋକାନ ଗୃହ ଆବଣ୍ଟନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବା ଜଣାପଡ଼ିଛି। ଉକ୍ତ ମାର୍କେଟ କଂପ୍ଲେକ୍ସରେ ପୌର ପରିଷଦ ପକ୍ଷରୁ ବେଆଇନ ଭାବେ ଦୋକାନ ଗୃହ ଆବଣ୍ଟନ ପାଇଁ ବିନା ବିଜ୍ଞପ୍ତିରେ ଭିତିରିଆ ଭାବେ ଫର୍ମ ବିକ୍ରି କରି ୩୬ଟି କୋଠରି ଆଲଟ୍ କରାଯାଇତିବା ଅଭିଯୋଗ ହୋଇଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା ସଂଜୀବ ଗଙ୍ଗଦେବ ଓ ସୁନୀଲ ବର୍ମା ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ମାମଲାର ବିଚାର କରି ହାଇକୋର୍ଟ ଆଇଏ ନଂ. ୮୦୯୪/୨୦୧୯ ଅନୁଯାୟୀ ଦୋକାନ ଗୃହ ଆବଣ୍ଟନ ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରକାଶଥାଉ କି ଉକ୍ତ ସ୍ଥାନରେ ବାମଣ୍ଡା ଶାସନର ମୂକ ସାକ୍ଷୀ ପରୀ ହାଉସ୍ (ରାଜକୁମାର ହାଇସ୍କୁଲ)ର ଭଗ୍ନାବଶେଷକୁ ଗତ ଫେବ୍ରୁଆରି ୧୧ ତାରିଖ ଦିନ ଜେସିବି ଲଗାଇ ସଂପୂର୍ଣ୍ଣ ମାଟିରେ ମିଶାଇ ଦିଆଯିବା ପରେ ଉକ୍ତ ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା।
ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନରେ ହାଇକୋର୍ଟଙ୍କ ରହିତାଦେଶ
/sambad/media/post_attachments/wp-content/uploads/2019/06/Judgement_at_Nuremburg_1000x714-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)