ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୋଡଭଙ୍ଗା ଗ୍ରାମର ପରମାନନ୍ଦ ବାଘଙ୍କ ପତ୍ନୀ ରୀତାଞ୍ଜଳି ବାଘଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ରୀତାଞ୍ଜଳିଙ୍କ ଭାଇ କରିଥିବା ଅଭିଯୋଗ ଅନୁସାରେ ୯ ବର୍ଷ ତଳେ ପରମାନନ୍ଦ ଓ ଅନୁଗୁଳ ଜିଲ୍ଲା ଖମାର ଥାନାଞ୍ଚଳର ରୀତାଞ୍ଜଳିଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ରୀତାଞ୍ଜଳିଙ୍କୁ ଶାଶୂଘର ଲୋକ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଅନେକ ଥର ସେ ବାପଘରକୁ ଚାଲି ଆସିଥିଲେ। ପୁଣି ଆପୋଷ ବୁଝାମଣା ପରେ ବାପଘର ଲୋକେ ତାଙ୍କୁ ନେଇ ଶାଶୂ ଘରେ ଛାଡୁଥିଲେ। ତେବେ
ରୀତାଞ୍ଜଳି ବିଷ ପିଇ ଦେଇଥିବା ଖବର ପାଇ ସେ ଆସି ବାରକୋଟରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଡାକ୍ତର ତାଙ୍କ ଭଉଣୀକୁ ମୃତ ଘୋଷଣା କରି ସାରିଥିଲେ ବୋଲି ରୀତାଞ୍ଜଳିଙ୍କ ଭାଇ ଅଭିଯୋଗ କରିଛନ୍ତି। ସେ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/8e7f3d1a-b66c-4c46-837f-9e2ca32dd9d2.jpeg)