ଦେବଗଡ଼: ଗତ ୨ ତାରିଖ ରାତି ୨ଟା ସମୟରେ ପାଳଲହଡ଼ା ଅଞ୍ଚଳର ଜଣେ ୧୫ ବର୍ଷିଆ ନାବାଳିକା ହଠାତ୍ ରହସ୍ୟଜନକ ଭାବେ କୁଆଡ଼େ ଚାଲି ଯାଇଥିଲେ। ଉକ୍ତ ନାବାଳିକାଙ୍କୁ ଠାବ କରାଯିବା ପରେ ସେ ଅପହୃତ ହୋଇଥିବା ଘଟଣା ଲୋକଲୋଚନକୁ ଆସିଛି। ହେଲେ, ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାବଦରେ ପୁଲିସ୍କୁ ଟେର୍ ସୁଦ୍ଧା ମିଳିନାହିଁ। ସୂଚନା ଅନୁସାରେ, ପାଳଲହଡ଼ା ଥାନାଞ୍ଚଳର ଉକ୍ତ ନାବାଳିକା ଦେବଗଡ଼ ଥାନା ମାକରମୁଣ୍ଡା ଗଁାରେ ତାଙ୍କ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ୨ ତାରିଖ ରାତିରେ ଘରୁ ହଠାତ ଉଭାନ ହୋଇଯାଇଥିବା ବେଳେ ପରିବାର ପକ୍ଷରୁ ଖୋଜାଖୋଜି କରିବା ପରେ ମଧ୍ୟ ସଂଧାନ ମିଳି ନଥିଲା। ମାମୁଁ ଗତ ୪ ତାରିଖରେ ଦେବଗଡ଼ ଥାନାକୁ ଏନେଇ ଜଣାଇବା ପରେ ପୁଲିସ୍ ଏକ ଅପହରଣ ମାମଲାରେ ଅନୁସନ୍ଧାନ ଜାରି ରଖିଥିଲା। ୫ ଦିନ ପରେ ଶନିବାର ସଂଧ୍ୟାରେ ସମୟରେ ନାବାଳିକା ତାଙ୍କ ମାମୁଁ ଘର ବାଡି ପଛ ପଟେ ହାତଗୋଡ ବନ୍ଧା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ପକ୍ଷରୁ ଏନେଇ ପୁଲିସ୍କୁ ସୂଚନା ଦିଆଯାଇଥିଳଶ। ନାବାଳିକା ଜଣକ କିଛି କହୁ ନଥିବା ବେଳେ ସଂପୃକ୍ତ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ରବିବାର ପୁଲିସ୍ ପକ୍ଷରୁ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି।
ରହସ୍ୟ ଘେରରେ ନାବାଳିକା ଉଦ୍ଧାର ଘଟଣା
/sambad/media/post_attachments/wp-content/uploads/2019/04/rape-shimla-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)