କଲେଜ ଛାତ୍ରୀଙ୍କୁ ଦୁର୍ବ୍ୟବହାର: ଲାଇବ୍ରେରି ଆଟେଣ୍ଡାଣ୍ଟ ନିଲମ୍ବିତ

ସଇନ୍ତଲା: ସଇନ୍ତଲା ପଂଚାୟତ ସମିତି କଲେଜର ଜନୈକ ଆଟେଣ୍ଡାଣ୍ଟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀମାନଙ୍କୁ ଶାରୀରିକ ନିର୍ଯାତନା ତଥା ଦୁର୍ବ୍ୟବହାର ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି। ଗତ ଶନିବାର ଅଧ୍ୟକ୍ଷଙ୍କଠାରେ ଲିଖିତ ଅଭିଯୋଗ ହେବା ପରେ ଏହାର ତଦନ୍ତ ହୋଇ ସଂପୃକ୍ତ ଆଟେଣ୍ଡାଣ୍ଟ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ତୁରନ୍ତ ମହିଳା ଶାରୀରିକ ନିର୍ଯାତନା ମାମଲା କମିଟିକୁ ତଦନ୍ତ କରିବାକୁ ଦାୟିତ୍ୱ ଦେଇଥିଲେ।

ସମ୍ବନ୍ଧିତ ଖବର