ମିଳିମିଳା ଓ ରୁବେଲା ଟିକା ନେଇ ୮ ଛାତ୍ରୀ ଅସୁସ୍ଥ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ କଲା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ଗୁରୁବାର ମିଳିମିଳା ଓ ରୁବେଲା ଟିକା ନେଇ ୮ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ବରକୋଟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ୭ ଜଣଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ଜଣେ ଛାତ୍ରୀଙ୍କୁ ଅଧିକ ଚିକିତ୍ସା ତାଙ୍କ ଅଭିଭାବକ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଟିକା ନେବା ପରେ ଛାତ୍ରୀ ସୁଶ୍ରୀୟା ସାହୁ, ସ୍ନେହଲତା ଦେହୁରୀ, ପିଙ୍କି ଦେହୁରୀ, ପୂଜା ବେହେରା, ଲକ୍ଷ୍ମୀ ଦେହୁରୀ, ରାଣୀ ମୁଖୀ, ଡଲି ସାହୁ ପ୍ରମୁଖ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍କୁଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ବାରକୋଟ ଡାକ୍ତରଖାନାକୁ ନେବାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହେବାରୁ ୭ ଜଣ ଘରକୁ ଫେରିଥିଲେ। ତେବେ ସୁଶ୍ରୀୟାଙ୍କୁ ତାଙ୍କ ଅଭିଭାବକ ଦେବଗଡ଼ ଡାକ୍ତରଖାନାକୁ ନେଇଯାଇଛନ୍ତି। ଏ ନେଇ ବାରକୋଟ ମେଡିକାଲ ଅଫିସର ରୁଦ୍ରନାରାୟଣ ସାହୁଙ୍କୁ ପଚାରିବାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରୀ ସୁସ୍ଥା ହୋଇ ଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର