ବାଳିକା ଉଦ୍ଧାର

ଦେବଗଡ଼: ଗତ ପ୍ରାୟ ୩ ମାସ ହେଲା ନିଖୋଜ ଥିବା ଜଣେ ନାବାଳିକାକୁ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଦେବଗଡ଼ ଥାନା ପୁଲିସ୍‌ ପ୍ରଭାଶୁଣୀ ନିକଟରୁ ଉଦ୍ଧାର କରିଛନ୍ତି। ତିଲେଇବଣୀ ବ୍ଲକ୍‌ ଅଂଚଳର ସଂପୃକ୍ତା ନାବାଳିକାକୁ କରିମ୍‌ ନାମକ ଜଣେ ବଙ୍ଗାଳୀ ମିସ୍ତ୍ରି ଅପହରଣ କରି ନେଇ ବିଭିନ୍ନ ସ୍ଥାନରେ ରହୁଥିବା ଝିଅର ମା’ ଶୁକ୍ରବାର ଅଭିଯୋଗ କରିଥିଲେ। ୟୁନିଟ୍‌ ପକ୍ଷରୁ ଏ ସଂପର୍କରେ ଦେବଗଡ଼ ଏସ୍‌ପି ବି. ଗଙ୍ଗାଧରଙ୍କ ଅବଗତ କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଦେବଗଡ଼ ଥାନା ଆଇଆଇସି ବିଭୂତି ଭୂଷଣ ପ୍ରଧାନ ଝିଅଟିକୁ ଉଦ୍ଧାର କରିଥିଲେ। ତେବେ ନିକଟରେ ଏକ କୋଠା କାମରେ ନିୟୋଜିତ କରିମ୍‌ ଚଢ଼ଉ ସଂପର୍କରେ ସୂଚନା ପାଇ ଫେରାର୍‌ ହୋଇଯାଇଥିଲା। ମାତ୍ର ପୁଲିସ୍‌ କୌଶଳକ୍ରମେ ତାକୁ ତା’ ଭଡ଼ା ଘରେ ପହଞ୍ଚି କାବୁ କରିଥିଲା। ଉଦ୍ଧାର ପରେ ନାବାଳିକାକୁ ଦିଶା ଗୃହରେ ରଖାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର