ଦେବଗଡ଼: ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ବରରେ ଗିରଫ ହେବା ପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ୧ ତାରିଖ ଦିନ ଦେବଗଡ଼ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ବିଧାୟକଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ। ବିଧାୟକ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦେବଗଡ କୋର୍ଟରେ ହାଜର କରାଯାଇଥିଲା।
ବିଚାର ବିଭାଗୀୟ ହାଜତରେ ପୁଣିଥରେ ବିଧାୟକ ପାଣିଗ୍ରାହୀ ଅସୁସ୍ଥ ହେବାରୁ ୧ ତାରିଖ ଦିନ ରାତିରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୁପକ୍ଷ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ରାତି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଧାୟକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଜଣେ ଡାଇବେଟିସ ରୋଗୀ ଥିବାରୁ ତାଙ୍କର ଶର୍କରା ସ୍ତରା ମାତ୍ରାଧିକ ବୃଦ୍ଧି ପାଇବା ସହ ରକ୍ତଚାପ ଓ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ପାଇଥିଲା। ତେବେ ଆଜି ଅବସ୍ଥା ସଙ୍କଟାପନ୍ନ ହେବାରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ବିଡିଓ ଦଳପତିଙ୍କୁ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣର ଶିକାର ହେବା ପରେ ଆହତ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ଘଟଣା ନେଇ ଥାନାରେ ଅଭିଯୋଗ ଆଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-10.jpg)