ଦେବଗଡ଼: ଦିନକୁ ଦିନ ଜିଲ୍ଲାରେ ଜଙ୍ଗଲକ୍ଷୟ ଯୋଗୁଁ ଖାଦ୍ୟାଭାବ ହେବା ଫଳରେ ମାଙ୍କଡ଼ ଓ ହାତୀ ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ରହିଛନ୍ତି। ହାତୀ ତଥା ମାଙ୍କଡ଼ ଉପଦ୍ରବ ଜନବସତିରେ ନିତିଦିନିଆ ଘଟଣା ହୋଇଥିବା ବେଳେ ଏନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ସହରରେ ମାଙ୍କଡ ଉପଦ୍ରବ ଏବଂ ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ବନବିଭାଗ ପାଇଁ ଏହା ମୁଣ୍ତ ବ୍ୟଥାର କାରଣ ପାଲଟିଛି। ଦେବଗଡ଼ ସହରରେ ମାଙ୍କଡ଼ ଉପଦ୍ରବ ଯୋଗଉଁ ଦୈନନ୍ଦିନ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେଉଛି। ମାଙ୍କଡ଼ ସହରମୁହଁା ହେଉଥିବାରୁ ବନ ବିଭାଗ ମାଙ୍କଡିଆଙ୍କ ଦ୍ବାରା ୧୦ଟି ମାଙ୍କଡ ଧରାଇଥିଲା। ଏହି ମାଙ୍କଡ଼ଗୁଡ଼ିକୁ ପ୍ରଭାଷୁଣୀ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିଲା। ଏହାପରେ ବି ଥମି ନାହିଁ ସହରରେ ମାଙ୍କଡମାନଙ୍କ ଉପଦ୍ରବ। ବିଭିନ୍ନ ସମୟରେ ମାଙ୍କଡ ଆକ୍ରମଣରେ ଲୋକମାନେ ଆହତ ମଧ୍ୟ ହେଉଛନ୍ତି। ମାଙ୍କଡମାନେ ଲୋକଙ୍କ ଘରର ଛପର ମଧ୍ୟ ଭାଙ୍ଗି ଦେବା ସହିତ ଘର ଭିତରକୁ ପଶି ଖାଦ୍ୟ ସାମଗ୍ରୀ ନଷ୍ଟ କରୁଛନ୍ତି। ଲୋକମାନଙ୍କ ବାଡି ବଗିଚା ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଉଛନ୍ତି। ମାଙ୍କଡମାନଙ୍କୁ ଘୋଉଡାଇବା ପାଇଁ ବନବିଭାଗ ବିଭାଗ ପକ୍ଷରୁ ଗାର୍ଡ ନିଯୁକ୍ତ କରାଯାଇଥିବା ବେଳେ ସେମାନେ କେତେବେଳେ ଡ୍ୟୁଟି କରୁଛନ୍ତି ତ ଯେତେବେଳେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବା ସମୟରେ ସେମାନଙ୍କ ଦେଖା ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସେହିପରି ଭାବେ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ବେଶ କିଛି ଦିନ ତଳେ ତିଲେଇବଣୀ ବ୍ଲକ ଲଇମୁରା ସମେତ ଆଖପାଖ ଅଂଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିଥିବା ବେଳେ ଡିସେମ୍ବର ୨୭ ତାରିଖରେ ବାରକୋଟ ବ୍ଲକର କଟାପାଲି, ତାଳଖଳି, ପବିତ୍ରପୁର ଅଂଚଳରେ ହାତୀ ପଲ ପଶି ଗ୍ରାମରେ ମୁଗ, ସୋରିଷ, କୋବି, ପିଆଜ, ନଡିଆ ଗଛ, ଆମ୍ବ, ଟମାଟୋ, ଆଳୁ ଇତ୍ୟାଦି ଫସଲ ନଷ୍ଟ କରିଥିଲେ। ଅନ୍ୟପଟେ ରିଆମାଳ ରେଂଜ ପଳସମା ଜଙ୍ଗଲରେ ୧୭ ପଲ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି। ଯେଉଁଠି ପାଇଁ ଚିନ୍ତାରେ ଚାଷୀକୁଳ। ଏ ଦିଗରେ ଶୀଘ୍ର ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
ସହରରେ ମାଙ୍କଡ଼ ଓ ଗ୍ରାମରେ ହାତୀ ଉପଦ୍ରବ
/sambad/media/post_attachments/wp-content/uploads/2019/01/elephantattack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)