ଦେବଗଡ: ଦେବଗଡ଼ ସହରର ୧୦୦ ଟଙ୍କିଆ ଜାଲ ନୋଟ ଟଙ୍କା ଘୂରି ବୁଲୁଥିବା ଖବର ଗତ ଡିସେମ୍ବର ୧୫ ତାରିଖରେ ‘ସମ୍ବାଦ‘ରେ ବିସ୍ତତ ଖବର ପ୍ରକାଶ ପାଇଥିଲା। ଏହାପରେ ଦେବଗଡ ପୁଲିସ ପକ୍ଷରୁ ଜିଲ୍ଲାର ରିଆମାଳ ବ୍ଲକର ତେନ୍ତେଳାବାହାଳ ସହ ଅନ୍ୟ କେତେକ ଅଂଚଳରେ ଚଢଉ କରାଯିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଜାଲ ନୋଟ ଜବତ କରାଯାଇଛି। ଉକ୍ତ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚାରୁଉଚୁରା କରୁଛି ପୁଲିସ୍। ସେମାନଙ୍କ ନିକଟରୁ ଜାଲ ନୋଟ ତିଆରି ମେସିନ ଜବତ କରାଯାଇଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଳରେ ପୁଲିସ ସବିଶେଷ ତଥ୍ୟ ସ୍ପଷ୍ଟ କରୁନାହିଁ। ଉକ୍ତ ଜାଲ ନୋଟ କାରବାର ଜିଲ୍ଲା ତଥା ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରକୁ ଲମ୍ବିଥିବା ଜଣାପଡିଛି। ଗତବର୍ଷ ଜାଲ ନୋଟ ଏବଂ କଳାଧନ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମୁଦ୍ରାକରଣ ଭଳି ମହତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି ଉକ୍ତ ବ୍ୟବସ୍ଥାର ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଜାଲ ନୋଟ କାରାକାରକୁ ରୋକା ଯାଇପାରୁନାହିଁ।
ବିପୁଳ ଜାଲ ନୋଟ ଜବତ, ୨ ଅଟକ:ରାକେଟ୍ ଲମ୍ବିଛି ରାଜ୍ୟ ବାହାରକୁ
/sambad/media/post_attachments/wp-content/uploads/2018/01/money-04-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)