ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମରେ ଜଘନ୍ୟ ହତ୍ଯାକାଣ୍ଡ ଘଟିଛି। ଗ୍ରାମର ଯୋଗୀନ୍ଦ୍ର ନାୟକ(୫୫)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଘର ଭିତରେ ପଶି ହତ୍ୟା କରିଛି।
ମୃତକର ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଛି। ଆଜି ସକାଳେ ଜଣେ ସମ୍ପର୍କୀୟ ଭଉଣୀ ରିଆମାଳ ଥାନା ପ୍ରଶାସନକୁ ଜଣାଇବା ପରେ ଥାନା ଅଧିକାରୀ ଲଳିତା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମ୍ ଆସିବା ପରେ ତଦନ୍ତ କରାଯିବ ଓ ହତ୍ୟାର ରହସ୍ୟ ଜଣା ପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ମୃତକର ପୁଅ ଓ ବୋହୂ ଝାରସୁଗୁଡ଼ାରେ ରହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁରେ ପହଞ୍ଚି ପାରି ନାହାଁନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/3e035dc3-ed01-479a-acd6-d132f2d0ce7a.jpg)