ବିଷ ପିଇ ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ରମ୍ଭେଇ ଗ୍ରାମର ଗତକାଲି ରାତି ନବଦମ୍ପତି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ରମ୍ଭେଇ ଗ୍ରାମର ଅଶୋକ ସାମାଡ଼ ( ୨୩ ) ଓ ନିକଟସ୍ଥ ଦନ୍ତାରିବାହାଳଗ୍ରାମର ନିରାଶ ଦେବଗନଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ନୂଆ ବର୍ଷରେ ଦୁହେଁ ଘରୁ ପଳାଇ ବିବାହ କରିଥିଲେ । ୧୨ ଦିନ ବାହାରେ ରହିଲା ପରେ ୪ ଦିନ ତଳେ ଅଶୋକ ନିରାଶଙ୍କୁ ସାଙ୍ଗରେ ଧରି ନିଜ ଘରକୁ ଫେରିଥିଲେ । ପରିବାର ଲୋକେ ସେମାନଙ୍କୁ ଗ୍ରହଣ ମଧ୍ୟ କରିଥିଲେ। କିନ୍ତୁ ଗତକାଲି ରାତିରେ ଉଭୟ ଦମ୍ଫତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନେ କେଉଁ କାରଣରୁ ବିଷ ପାନ କରିଥିଲେ ତାର ସଠିକ କାରଣ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର