ରିଆମାଳ: ରିଆମାଳ ଥାନା ଗୋହିରାଡ୍ୟାମ୍ ଜଳ ଭଣ୍ଡାରଠାରେ ଜଣେ ନବ ବିବାହିତ ଯୁବକର ଶବ ପଡ଼ି ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ କଂସର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବକ ହେଉଛନ୍ତି ଦୁଧିଆନାଳୀ ବାଙ୍ଗଦର୍ହ ଗ୍ରାମର ବିଦ୍ୟାଧର ପ୍ରଧାନଙ୍କ ପୁଅ ବୁଦ୍ଧଦେବ ପ୍ରଧାନ (୨୬)।
ଗତକାଲି ସନ୍ଧ୍ୟା ସମୟରେ ନିଜ ବାଇକ୍ ହୋଣ୍ଡା ଏମ୍.ପି. ୧୨୫ (ଗାଡ଼ି ନଂ -ଓଡି-୨୮-ବି-୦୬୮୬) ଯୋଗେ ଘରୁ ବାହାରି ଆସି ଆଉ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ଆଜି ସକାଳୁ ଖବର ପାଇ ପରିବାର ଲୋକ ଆସି ଦେଖି ପୁଲିସକୁ ଜଣାଇ ଥିଲେ। ଘଟଣାସ୍ଥଳରୁ ବାଇକ ଜବତ ହୋଇଛି। ନିକଟରେ ସିଗାରେଟ, ଦିଆସିଲି, ପାଣି ବୋତଲ ଓ ମିକ୍ସଚର ପଡ଼ିଛି।
ଆଜକୁ ୪ ମାସ ତଳେ ବୁଦ୍ଧଦେବ ଦଲକରେ ବିବାହ କରିଥିଲେ। କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ଘଟଣାସ୍ଥଳରେ ସେ ଏକା ଥିଲେ ନା ଆଉ କାହା ସହ ଆସିଥିଲେ, ତାହା ସ୍ପଷ୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/5c639e8a-7ca4-4ebd-8b10-7b4381a5eda2.jpeg)