ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜରାଛାଟ ଗ୍ରାମରେ ସୋମବାର ଜଣେ କରୋନା ସଂକ୍ରମିତ ଥିବା ବୃଦ୍ଧ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ସ୍ବର୍ଗତ ଦୈତାରୀ ପ୍ରଧାନଙ୍କ ପୁଅ କାନ୍ଦୁରୁ ପ୍ରଧାନ (୭୫) ।
ସୂଚନା ଅନୁସାରେ ଦୈତାରୀ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଥିଲେ । ସୋମବାର ତାଙ୍କୁ ଭୀଷଣ ଜ୍ୱର ହେବା ସହ ତରଳ ଝାଡ଼ା ହୋଇଥିଲା। ପରେ ସେ ବାହାରକୁ ଯାଉଛି କହି ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ବିଚଳିତ ହୋଇପଡ଼ିଥିଲେ । ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲରୁ ମୃତ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ । ଖବର ପାଇ କୁଣ୍ଢେଇଗୋଳା ପୁଲିସ ଖବର ପାଇ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-new-indian-express-5.jpg)