ରିଆମାଳ: ଛଦ୍ମ ବେଶରେ ବେପାରୀ ସାଜି ୫ ଲକ୍ଷ ଟଙ୍କାରେ ହନୁମାନ ପଇସା ଡିଲ କରି ହନୁମାନ ପଇସା ଜବତ କରିଲା ଦେବଗଡ଼ ଜିଲ୍ଲାର ସ୍ପେସାଲ ସ୍ବାଡ ପୁଲିସ୍। ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରି ତଦନ୍ତ କରାଯାଉଥିବା ଜଣା ପଡ଼ିଛି।
ରିଆମାଳ ଥାନା ମଳେହିପଡା ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ମଙ୍ଗଳବାର ରାତିରେ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା। ଦେବଗଡ଼ ଏସ୍.ଡି.ପି.ଓ ପ୍ରତ୍ଯୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ପୁଲିସ କର୍ମଚ଼ାରୀ ଛଦ୍ମ ବେଶରେ ପଠାଇ ଥିଲେ। ହନୁମାନ କିଣିବା ପାଇଁ ମୂଲଚାଲ କରିଥିଲେ।ଘଟଣାସ୍ଥଳରୁ ହରିହରପୁର ଗ୍ରାମର ଭାଗବତିଆଙ୍କ ପୁତ୍ର ଯୁଗି ନାଗ(୫୫)ଙ୍କୁ ଗିରଫ କରାଯାଇଛି।
ବେପାରୀ ସାଜି ହନୁମାନ ପଇସା ଜବତ କଲା ପୁଲିସ୍: ଜଣେ ବେପାରୀ ଗିରଫ
/sambad/media/post_attachments/wp-content/uploads/2022/09/78ccb2a0-dcd1-4eb0-8e09-76ec3d326860.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)