ଦେବଗଡ଼: ଜାତୀୟ ରାଜପଥ ୪୯ ନମ୍ବର ପଥରଗଡ଼ ଠାରେ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦେବଗଡ଼ରୁ ସମ୍ବଲପୁର ଯାଇଥିବା ଏହି ରାସ୍ତାର ତିଲେଇବଣି ଫାଣ୍ଡି ଅନ୍ତର୍ଗତ ପଥରଗଡ଼ ନିକଟରେ ବାଇକ(ଓଡି୨୮ ୨୪୧୪)କୁ କାର ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। କାର୍ଟି ଦେବଗଡ଼ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ମୃତ ବ୍ୟକ୍ତି ହେଲେ ଦେବଗଡ଼ ଟାଉନ ଥାନା ଅନ୍ତର୍ଗତ ଜରେଇକେଳା ଗ୍ରାମର ଭୁବନି ନାୟକ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି।
କାର-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକର ମୃତ୍ୟୁ
/sambad/media/post_attachments/wp-content/uploads/2018/03/accident.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)