ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଚାକିରି ନାଁରେ ୧୧ ଲକ୍ଷ ଠକେଇ

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ ଚର୍ଚ୍ଚପଡ଼ାର ଜଣେ ବ୍ୟକ୍ତି ଏମସିଏଲରେ ଚାକିରି କରାଇ ଦେବା ନଁାରେ ତାଙ୍କ ଝିଅଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରଦୀପଚନ୍ଦ୍ର ଭୋଇ ବେଲପାହାଡ଼ ଥାନରେ ଏନେଇ ଏତଲା ଦେଇଥିବା ଜଣାପଡ଼ିଛି। ତାଙ୍କ ଝିଅ କିରଣ ଭୋଇଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ୨ ଆହତ

ରିଆମାଳ: ଦେବଗଡ଼ ଜିଲ୍ଲା କଣ୍ଟାବାହାଲ ଜାମୁନାଳୀ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବାମଣ୍ଡା‌ ରାଜପରିବାରର ରାଣୀ ଅରୁନ୍ଧତୀ ଦେବୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ନେଲା ଜୀବନ: କୋରେଇରେ ଜଣେ ମୃତ, ରିଆମାଳରେ ଜୀବନ ହାରିଲେ ଦଂପତ୍ତି

ଯାଜପୁର/ଦେବଗଡ଼: ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଦେବଗଡ଼ ଜିଲ୍ଲାର ରିଆମାଳ ଏବଂ ଯାଜପୁର ଜିଲ୍ଲାର କୋରେଇ ଅଂଚଳରେ ରିବାବାର ଟ୍ରକ ଦଳି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପ୍ରକଳ୍ପ ସଂପର୍କରେ ଅବଗତ ନଥିବା ଅଭିଯୋଗ ଆଣିଲେ ସରପଂଚ ଓ ସମିତି ସଭ୍ୟ

ଦେବଗଡ଼: ବାରକୋଟ ବ୍ଲକ ଡଅଁରା ହାଇସ୍କୁଲ ପଡିଆ ଶନିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ସେମାନଙ୍କୁ କାର୍ଯ୍ୟକ୍ରମ ସଂପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବ୍ଲକର ସମିତି ସଭ୍ୟ ଓ ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ସେହିପରି…
ଅଧିକ ଖବର ଦେଖନ୍ତୁ...

କଣ୍ଟାପାଲି ଅଂଚଳରେ ହାତୀ ଉପଦ୍ରବ

ଦେବଗଡ଼: ବାରକୋଟ ବ୍ଲକ କଣ୍ଟାପାଲି ପଂଚାୟତର ରେଗଡାଖୋଳ ଓ ଡିମ୍ବିରିପଶିରେ ଗତ ରାତିରେ ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ରେଗଡାଖୋଳ ଗ୍ରାମର କଶୀର ସାହୁ ଓ ଡିମ୍ବିରିପଶି ଗ୍ରାମର ତ୍ରିବେଣୀ ମୁଣ୍ତାଙ୍କ ଘର ହାତୀ ପଲ ଭାଙ୍ଗି ଦେଇଛନ୍ତି। ରେଗଡାଖୋଳ ଗ୍ରାମର କେଶବ ସାହୁ ଘରୁ…
ଅଧିକ ଖବର ଦେଖନ୍ତୁ...

ଜାଲ୍ ସାର୍ଟିଫିକେଟରେ ଚାକିରି ଆବେଦନ, ଜଣେ ଗିରଫ

ଦେବଗଡ଼: ଜାଲ ସାର୍ଟିଫିକେଟ ଦାଖଲ କରି ଜିଆର୍‌ଏସ୍‌ ଚାକରି ପାଇଁ ଆବେଦନ କରିଥିବା ଜଣେ ଯୁବକକୁ ଦେବଗଡ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଶନିବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି। ଦେବଗଡ଼ ଥାନା ଲଇମୁରା ଫାଣ୍ତି ଅନ୍ତର୍ଗତ ଗମ୍ଭାରୀପୋଶି…
ଅଧିକ ଖବର ଦେଖନ୍ତୁ...

ସହରରେ ମାଙ୍କଡ଼ ଓ ଗ୍ରାମରେ ହାତୀ ଉପଦ୍ରବ

ଦେବଗଡ଼: ଦିନକୁ ଦିନ ଜିଲ୍ଲାରେ ଜଙ୍ଗଲକ୍ଷୟ ଯୋଗୁଁ ଖାଦ୍ୟାଭାବ ହେବା ଫଳରେ ମାଙ୍କଡ଼ ଓ ହାତୀ ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ରହିଛନ୍ତି। ହାତୀ ତଥା ମାଙ୍କଡ଼ ଉପଦ୍ରବ ଜନବସତିରେ ନିତିଦିନିଆ ଘଟଣା ହୋଇଥିବା ବେଳେ ଏନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ସହରରେ ମାଙ୍କଡ ଉପଦ୍ରବ ଏବଂ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଶୋଚନୀୟ, ବିଭାଗ ମୂକଦ୍ରଷ୍ଟା

ଗଡ଼ପୋଷ: ବାମରା ବ୍ଲକ ସଦରରୁ କୁତ୍ରାକୁ ସଂଯୋଗ କରୁଥିବା ପ୍ରାୟ ୪୦ କିମି ରାସ୍ତାକୁ ଦୀର୍ଘ ବର୍ଷ ପରେ ଆରଡ଼ି ବିଭାଗରୁ ପିଡବ୍ଲୁଡ଼ିକୁ ହସ୍ତାନ୍ତର କରାଗଲା। ମାତ୍ର ରାସ୍ତାର ଅନେକ ସ୍ଥାନରେ କାମ ଆରମ୍ଭ ହୋଇ ଶେଷ ହେଉ ନାହିଁ। ଏହି ରାସ୍ତାର ଗଡପୋଷରୁ ବୁଣ୍ଡୁକାମାଲ ରାସ୍ତା ଚାରି ବର୍ଷ ପୂର୍ବେ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ଥମୁନି ହାତୀ ଉପଦ୍ରବ:କଣ୍ଟାପାଲି ଅଞ୍ଚଳରେ ଦଳି ଦେଲେ ଫସଲ

ଦେବଗଡ଼: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ବେଶ କିଛି ଦିନ ତଳେ ତିଲେଇବଣୀ ବ୍ଲକ ଲଇମୁରା ସମେତ ଆଖପାଖ ଅ˚ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିଥିବା ବେଳେ ସେଥିପାଇଁ ବନ ବିଭାଗର ମୁଣ୍ତ ବ୍ୟଥାର କାରଣ ପାଲଟିଛି। ବାରକୋଟ ବ୍ଲକର କଣ୍ଟାପାଲି, ତାଳଖଳି, ପବିତ୍ରପୁର ଅ˚ଚଳରେ ଗତକାଲି ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ : ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଦେବଗଡ଼ : ଜିଲ୍ଲାର ତିଲେଇବାନୀ ବ୍ଲକ ଅନ୍ତର୍ଗତ ହାଡମୁଣ୍ଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ଗତକାଲି ଗ୍ରାମର କ୍ଷେତ୍ରବାସୀ ନାୟକ(୫୮) ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି…
ଅଧିକ ଖବର ଦେଖନ୍ତୁ...