ଦେବଗଡ଼: ଦେବଗଡ଼ ବିଧାନସଭା ଓ ସମ୍ବଲପୁର ଲୋକସଭା ଆସନ ପାଇଁ ଆସନ୍ତା ୨୩ ତାରିଖ ଦିନ ଜିଲ୍ଲାରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଦିନ ଜିଲ୍ଲାର ୩୩୭ଟି ବୁଥ ପାଇଁ ନିୟୋଜିତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ଅନ୍ୟ କର୍ମଚାରୀମାନେ ସେମାନଙ୍କ ନିର୍ଦ୍ଧାରିତ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବେ। ୨୨୨୬ ଜଣ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଥିବା ବେଳ ସେମାନଙ୍କୁ ବୁଥ୍ଗୁଡ଼ିକୁ ନେବା ପାଇଁ ୫୮ଟି ବସ ଓ ୧୪୧ଟି ଛୋଟ ଗାଡ଼ି ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ ପୌରାଞ୍ଚଳରେ ୮ଟି ପିଙ୍କ୍ ବୁଥ କରାଯାଇଥିବା ବେଳେ ସେଥିରେ ପ୍ରତ୍ୟେକ ବୁଥ ପରିଚାଳନା ପାଇଁ ୬ ଜଣ ଲେଖାଏଁ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସ୍ପି ରାହୁଳ ଜୈନଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍ପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ୩ ଜଣ ଡିଏସ୍ପି ସ୍ତରର ଅଧିକାରୀଙ୍କୁ ସୁପରଭାଇଜିଂ ଅଫିସର, ୬ ଜଣ ଇନ୍ସପେକ୍ଟରଙ୍କୁ ସେକ୍ଟର ଅଫିସର ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ସିଆର୍ପିଏଫ୍ର ୩ କମ୍ପାନି ସମେତ ଏସ୍ଓଜି, ଡିଭିଏଫ୍ ଓ ଆଇଆର୍ବି ଯବନାଙ୍କୁ ନିୟୋଜିତ କରାଯାଇଛି। ୧୦୦ରୁ ଅଧିକ ପୁଲିସ୍ ଅଧିକାରୀ ଶୃଙ୍ଖଳା ଦାୟିତ୍ବରେ ଥିବା ଜଣାପଡ଼ିଛି। ତେବେ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୃଙ୍ଖଳିତ ଓ ଅବାଧ ନିର୍ବାଚନ ପାଇଁ ବିଶେଷ ଦୃଷ୍ଟି ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ବୁଥ୍କୁ ଯିବେ ପୋଲିଂ କମର୍ଚାରୀ
୩୩୭ ବୁଥ୍ରେ ୨୨୨୬ କର୍ମଚାରୀ
/sambad/media/post_attachments/wp-content/uploads/2019/04/ballot-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)