ରିଆମାଳ: ରିଆମାଳ ବ୍ଲକ ମଧ୍ୟ ଦେଇ ଯାଇଥିବା ରାଜପଥରେ ଗତ ଚାରି ଦିନରେ ୪ ଦୁର୍ଘଟଣା ଘଟିସାରିଛି। ପ୍ରଥମ ଦୁର୍ଘଟଣା ଭାବେ ଚିକିଣି ଘାଟିରେ ଲୁହା ବୋଝେଇ ଟ୍ରକ ଝୁଲି ରହିଥିଲା। ଏହାପରେ କଟାଶର ଘାଟି ମଝିରେ ଏକ ଲୁହା ପଥର ବୋଝେଇ ଟ୍ରକ ଓଲଟିଥିଲା। ଗତକାଲି ଧରମପୁର ଛକରେ ଲୁହାପଥର ବୋଝେଇ ଟ୍ରକ ସହିତ ସାମ୍ନାସାମ୍ନି ଧକ୍କା ଫଳରେ ଜଣେ ଯୁବକ କଟକରେ ଚିକିତ୍ସିତ ହେଉଛନ୍ତି। ମଧ୍ୟାହ୍ନରେ ଗୋହୀରା ଛକରେ ଏକ ଲୁହାପଥର ବୋଝେଇ ଟ୍ରକ ଓଲଟି ପଡିଥିଲା। ଫଳରେ ବହୁ ସମୟରେ ଯାନବାହାନ ଚଲାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ରିଆମାଳ ଥାନାଧିକାରୀ ସୁଦର୍ଶନ ଜେନା ଗାଡି ଚଳାଚଳ ସ୍ୱାଭାବିକ କରିଥିଲେ। ଏବେ ଏହି ଲୁହାପଥର ବୋଝେଇ ଗାଡି ଚଳାଚଳ ଯୋଗୁଁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନତଳେ ରିଆମାଳ ସୁରକ୍ଷା ସେନା, ବଣିକ ସଂଘ ତରଫରୁ ଏହି ବିଷୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ଗତ ସୋମବାର ବଣିକ ସଂଘ ତଥା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ। ନୋ ଏଣ୍ଟ୍ରି ସମୟ ଲଗାଇବାକୁ ଦାବି କରିଥିଲେ। ଜିଲ୍ଲାପାଳ ତୁରନ୍ତ ତହସିଲଦାର ଡାନିଏଲ ଏକ୍କାଙ୍କୁ ଏହି ବିଷୟରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଜନଶୁଣାଣି ପାଞ୍ଚ ଦିନ ଏବଂ ତହସିଲଦାରଙ୍କ ବୈଠକକୁ ତିନିଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ରିଆମାଳ ରାଜପଥରେ ବଢ଼ୁଛି ଦୁର୍ଘଟଣା
/sambad/media/post_attachments/wp-content/uploads/2018/01/deba20.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)