ଫେରାର୍‌ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ରିଆମାଳ: ରିଆମାଳ ଥାନାଞ୍ଚଳର ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଫେରାର୍‌ ଥିବା ଅଭିଯୁକ୍ତ ରଙ୍ଗମାଟିଆ ଗାଁର ନାରାୟଣ ବଗର୍ତ୍ତୀଙ୍କ ପୁଅ ତୋଫାନ ବଗର୍ତ୍ତୀ (୨୬)କୁ ଶୁକ୍ରବାର ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ ତୋଫାନ ସଂପୃକ୍ତା ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିବା ସହ ତାଙ୍କୁ ନେଇ ଫେରାର୍‌ ହୋଇଯାଇଥିଲା। ବାହାରେ କିଛି ଦିନ ରଖିବା ସହ ବିବାହ ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖି ଆସିଥିଲା। କିଛି ଦିନ ରହିବା ପରେ ତୋଫାନ ସଂପୃକ୍ତା ଯୁବତୀଙ୍କୁ ଆଣି ତାଙ୍କ ଗାଁରେ ଛାଡ଼ି ଫେରାର୍‌ ହୋଇଯାଇଥିଲା।

ଫଳରେ ଯୁବତୀ ଜଣକ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୁଲିସ୍‌ ଥାନା କେସ୍‌ ନଂ. ୩୨/୨୦୧୪ରେ ଏକ ବଳାତ୍କାର ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ଫେରାର୍‌ ଥିବାରୁ ତାକୁ ଗିରଫ କରାଯାଇ ପାରି ନଥିଲା। ତେବେ ଗୁରୁବାର ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ତୋଫାନକୁ କୁଣ୍ଢେଇଗୋଳା ଜାଁରୁ ଗିରଫ କରିଥିଲା। ଆଜି ତାକୁ ଦେବଗଡ଼ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର