ଗଡ଼ପୋଷ: ବାମରା ବ୍ଲକ ସଦରରୁ କୁତ୍ରାକୁ ସଂଯୋଗ କରୁଥିବା ପ୍ରାୟ ୪୦ କିମି ରାସ୍ତାକୁ ଦୀର୍ଘ ବର୍ଷ ପରେ ଆରଡ଼ି ବିଭାଗରୁ ପିଡବ୍ଲୁଡ଼ିକୁ ହସ୍ତାନ୍ତର କରାଗଲା। ମାତ୍ର ରାସ୍ତାର ଅନେକ ସ୍ଥାନରେ କାମ ଆରମ୍ଭ ହୋଇ ଶେଷ ହେଉ ନାହିଁ। ଏହି ରାସ୍ତାର ଗଡପୋଷରୁ ବୁଣ୍ଡୁକାମାଲ ରାସ୍ତା ଚାରି ବର୍ଷ ପୂର୍ବେ ଆରଡ଼ି ବିଭାଗ ଦ୍ବାରା ତିଆରି ହୋଇଥିଲା। ନିର୍ମାଣର ଛ’ମାସ ମଧ୍ୟରେ ରାସ୍ତାଟି ପିଚୁ ବିହୀନ ହୋଇ ପଡିଛି। ବାଧ୍ୟ ହୋଇ ଲୋକେ ରାସ୍ତା କଡରେ ଯିବା ଆସିବା କରୁଛନ୍ତି। ଏହାକୁ ଯାତାୟାତ ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି। ରାଉରକେଲାରୁ କୁଚିଣ୍ଡା ପାଇଁ ଅନେକ ଗୁଡିଏ ବସ ପର୍ମିଟ ପାଇଥିବା ସତ୍ତ୍ୱେ ରାସ୍ତାର ଏହି ଅବସ୍ଥା ଯୋଗୁଁ ଅନ୍ୟ ରାସ୍ତା ଦେଇ ଚଳାଚଳ କରୁଛନ୍ତି। ଦେବଗଡରୁ ରାଉରକେଲା ଓ ରାଉରକେଲାରୁ ଦେବଗଡ ମଧ୍ୟରେ ଯାତାୟାତ କରୁଥିବା ଯାନବାହାନ ପାଇଁ ଏହି ରାସ୍ତା ଏକ ଭଲ ବିକଳ୍ପ ହୋଇପାରିବ। ୨୪ ଓ ୧୦ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଯୋଗୁଁ ଏହି ରାସ୍ତାର ଗୁରୁତ୍ବ ଅଧିକ ରହିଛି। ଏହି ରାସ୍ତାର ନିର୍ମାଣ ଶୀଘ୍ର ହୋଇ ପାରିଲେ ଲୋକେ ଉପକୃତ ହେବେ
ରାସ୍ତା ଶୋଚନୀୟ, ବିଭାଗ ମୂକଦ୍ରଷ୍ଟା
/sambad/media/post_attachments/wp-content/uploads/2018/12/debagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)