ପିଲାଚୋରି ଗୁଜବ: ରାତି ପହରା ଦେଉଛନ୍ତି ଗ୍ରାମବାସୀ

ମ.ରାମପୁର: କିଛିଦିନ ହେଲା କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ପିଲାଚୋରି ଗୁଜବରେ ଲୋକେ ଭୟଭୀତ ରହିବା ସହ ଗ୍ରାମବାସୀ ରାତିରେ ପହରା ଦେଉଥିବା ଜଣାଯାଇଛି। ପୁଲିସ ତରଫରୁ ଏହା ଏକ ଗୁଜବ ତଥା ଯଦି କେହି ସନ୍ଦେହଜନକ ବ୍ୟକ୍ତି ନଜରକୁ ଆସନ୍ତି ତେବେ ତାଙ୍କୁ ମାରପିଟ ନକରି ଥାନାର ଜିମା ଦେବାକୁ କୁହାଯାଉଥିଲେ ମଧ୍ୟ ଲୋକଙ୍କ ମନରୁ ଆଶଙ୍କା ଦୂର ହୋଇପାରୁନି। ସାମାଜିକ ଗଣମାଧ୍ୟମରେ ଫଟୋ ସବୁ ଘୂରି ବୁଲୁଥିବାରୁ ଲୋକଙ୍କ ମନରେ ଛନ୍‌କା ପଶିଥିବା ଦେଖାଦେଇଛି।

ସମ୍ବନ୍ଧିତ ଖବର