ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନାଉଲିପଡା ପଂଚାୟତର ବଡଝରନ ଗ୍ରାମରେ ପରିବାରର ବଡ଼ ପୁଅ ବାପାଙ୍କୁ ନୃଶଂସ ଭାବେ ହତ୍ୟା କରିଛି। ନିଜ ଶଳା ସହ ମିଶି ଉକ୍ତ ଗାଁର ରଂଜନ ବେହେରା ନିଜ ବାପା ଖଗେଶ୍ୱର ବେହେରା (୫୮)ଙ୍କୁ ହତ୍ୟା କରିଛି। ସୋମବାର ପୂର୍ବାହ୍ଣରେ ବଡଝରନ ଗ୍ରାମରେ ଏକ ରାସ୍ତା କାମ ଚାଲିଥିଲା ବେଳେ ସେଥିପାଇଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଖଗେଶ୍ୱର। କାମ କରୁଥିବା ସମୟରେ ହଠାତ ତାଙ୍କ ବଡପୁଅ ରଂଜନ ନିଜ ଦୁଇ ଶଳାଙ୍କ ସହି ମିଶି ସେଠାରେ ପହଞ୍ଚିଥିଲା। ରଂଜନ ଖଗେଶ୍ୱରଙ୍କ ହାତରୁ କୋଡି ଛଡ଼ାଇ ନେବା ପରେ ଦୁଇ ଜଣ ଶଳା ଖଗେଶ୍ୱରଙ୍କ ହାତକୁ ଦୁଇ ପାର୍ଶ୍ୱରୁ ଧରିଥିଲେ। ରଂଜନ ଖଗେଶ୍ୱରଙ୍କୁ କୋଡି ସାହାଯ୍ୟରେ ଆକ୍ରମଣ କରିଥିଲା। ସହିତ ମୁଣ୍ଡ ପଛ ପାଖ, ଆଗ ପାଖରେ ବାରମ୍ବାର ଆଘାତ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଏହା ଜାଣିଲା ପରେ ସାନ ଦୁଇ ପୁଅ ଓ ଖଗେଶ୍ୱରଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଛତାବର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାନ ଦୁଇ ପୁଅ ଭଜନ ଓ ତ୍ରିଲୋଚନ ଥାନାରେ ଏତଲା ଦେଇଥିଲେ। ଥାନାଧିକାରୀ ସୁଦର୍ଶନ ଜେନା ଘଟଣାର ତଦନ୍ତ କରୁଛନ୍ତି। ୩ ଅଭିଯୁକ୍ତ ଫେରାର ଅଛନ୍ତି। ଖଗେଶ୍ୱରଙ୍କ ଦୁଇ ଜଣ ସ୍ତ୍ରୀ ଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ପୁଅ ରଂଜନ ଏବଂ ସାନଙ୍କର ଭଜନ ଓ ତ୍ରିଲୋଚନ ବୋଲି ଜଣାପଡ଼ିଛି।
ବାପକୁ କୋଡ଼ିରେ ହତ୍ୟା କଲା ପୁଅ
/sambad/media/post_attachments/wp-content/uploads/2018/01/SBPHO22-Riamal-Murder.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)