ଚୋରି ସ୍କୁଟି ଉଦ୍ଧାର, ୩ ଅଟକ

ଦେବଗଡ଼: ଗତ ଜାନୁଆରି ୨୮ ତାରିଖ ଚୋରି ହୋଇଥିବା ଦେବଗଡ ଥାନା ବଳମ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ଟିଭିଏସ୍‌ ଜୁପିଟର ବାଇକକୁ ଗ୍ରାମବାସୀ ଗୁରୁବାର ବଳମ ବସଷ୍ଟାଣ୍ଡରୁ ଠାବ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଶ୍ରୀକାନ୍ତ ବଳମ ବଜାରକୁ ଆସିଥିଲେ। ସ୍କୁଟି ଚୋରି ହୋଇଥିବା ଜାଣିଲା ପରେ ଫେବ୍ରୁଆରି ୨ ତାରିଖ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡା ଅଞ୍ଚଳର ରାଧାକାନ୍ତ ମହାରଣା (୩୫) କୁଟୁରାପୋଶି ଗ୍ରାମକୁ କୌଣସି କାମରେ ଉକ୍ତ ସ୍କୁଟିରେ ଆସିିଥିବା ବେଳେ ବୃନ୍ଦାବନ ବେହେରା ଓ ସିଦ୍ଧାନ୍ତ ବେହେରା ୨ ଜଣ ସମ୍ପର୍କୀୟ ସହ ଏହି ବାଇକଟିକୁ ନେଇ ବଳମ ଆସିଥିଲେ। ଏହି ବାଇକଟିକୁ ସେମାନେ ଶ୍ରୀକାନ୍ତଙ୍କ ମାମୁ ବିଶୁଙ୍କ ହୋଟେଲ ସମ୍ମୁଖରେ ରଖିିଥିଲେ। କେତେକ ଗ୍ରାମବାସୀଙ୍କ ସହାୟତାରେ ସେ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ସେମାନେ ଏହି ସ୍କୁଟିଟି ତାଙ୍କ ଭିଣୋଇଙ୍କ ବୋଲି ଉତ୍ତର ଦେଇଥିଲେ। ଏ ସମ୍ପର୍କରେ ଶ୍ରୀକାନ୍ତ ଦେବଗଡ଼ ପୁଲିସକୁ ସୂଚନା ଦେଇଥିଲେ। ଦେବଗଡ଼ ଥାନାଧିକାରୀ ଅଜୟ ତିର୍କୀ ୩ ଜଣଙ୍କୁ ଅଟକ ରଖିଛନ୍ତି।

ସମ୍ବନ୍ଧିତ ଖବର