ପଥର କ୍ୱାରି ସୁପରଭାଇଜର ହତ୍ୟା ଘଟଣା:ଜେଲ ଗଲେ ୨ ଅଭିଯୁକ୍ତ

ଦେବଗଡ଼/ରିଆମାଳ: କୁଣ୍ଢେଇଗୋଳା ଥାନା ଛତ୍ରିପିଟା ଗ୍ରାମରେ ଗତ ସେପ୍ଟେମ୍ବର ମାସ ୭ ତାରିଖ ସକାଳେ ନିର୍ମାଣକାରୀ ସଂସ୍ଥା ଭିଏମସି ପଥର କ୍ୱାରିର ସୁପରଭାଇଜର ପି.ଅରବିନ୍ଦ (୩୦)ଙ୍କୁ ହତ୍ୟା ଘଟଣାରେ କୁଣ୍ଢେଇଗୋଳା ପୁଲିସ ବୁଧବାର ଯୁଧିଷ୍ଠିର ପ୍ରଧାନ ଓ ବିଭୂତି ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଅଦାଲତରେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ଘର ଖୋର୍ଧା ଜିଲ୍ଲା ବାଲିପାଟଣା ଥାନା ପାଣିକଟା ଗ୍ରାମରେ। ଗତ ସେପ୍ଟେମ୍ବର ମାସ ୭ ତାରିଖ ସକାଳେ ପଥର କ୍ୱାରିର ସୁପର ଭାଇଜର ପି.ଅରବିନ୍ଦ (୩୦)ଙ୍କ ମୃତଦେହ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଛତ୍ରିପିଟା ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା।

ଖଇରପାଲି ପାଣ୍ଡି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡି ପି. ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ତେବେ ଗତ ମାର୍ଚ୍ଚ ୨୨ ତାରିଖ ମୃତକଙ୍କ ମା’ ପାରାଚୁରୁ ବେବି ସରୋଜିନୀ(୫୦) କୁଣ୍ଢେଇଗୋଳା ଥାନାକୁ ଆସି ତାଙ୍କ ପୁଅ ପି.ଅରବିନ୍ଦଙ୍କୁ ତାଙ୍କ ସାଥୀ କର୍ମଚାରୀ ଯୁଧିଷ୍ଠିର ପ୍ରଧାନ ଓ ବିଭୂତି ପ୍ରଧାନ ପାଣିରେ ବୁଡାଇ ହତ୍ୟା କରିଥିବା ଲିଖିତ ଭାବେ ଅଭିଯୋଗ କରିବା ସହ ତାଙ୍କ ପୁଅ ପି. ଅରବିନ୍ଦ ପହଁରା ଶିଖିଥବାରୁ ସେ ପାଣିରେ ବୁଡି ମରିଥିବା ବିଶ୍ୱାସ କରି ହେଉ ନଥିବା ଦର୍ଶାଇଥିଲେ । ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାକୁ ଏକ ହତ୍ୟା ମାମଲାରେ ପରିବର୍ତ୍ତନ କରି ଘଟଣାର ପୁନଃତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର