ଦେବଗଡ଼: ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ବାରକୋଟ ବ୍ଲକ୍ ରାଇତାବାହାଳ ପଞ୍ଚାୟତର ତେଲିମୁଣ୍ତା, ଚାରିମଞ୍ଚା, କଦଳୀପାଳ, ହରିହରପୁର ତଥା ଆଖପାଖ ଗ୍ରାମରେ ବିଭିନ୍ନ ଘରର ଛପର ଉଡ଼ି ଯାଇଥିବା ବେଳେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ରାସ୍ତା ଉପରେ ବଡ଼ ବଡ଼ ଗଛ ପଡ଼ିଥିବାରୁ ବହୁ ସମୟ ଧରି ଗମନାଗମନ ବାଧାପ୍ରାପ୍ତ ହୋଇଥିବା ବେଳେ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା କାରଣରୁ ସଂପୃକ୍ତ ଅଞ୍ଚଳ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ତେଲିମୁଣ୍ତା ଗ୍ରାମର ମଙ୍ଗଳୁ ଭୋଇ, କପିଳେଶ୍ବର ଜେନା, ଗୁରୁବାରିଆ ସାହୁ, ଜିତେନ୍ଦ୍ରୀୟ ଭୋଇ, ବେଣୁଧର ସାହୁ, ବିନୋଦ ସାହୁ, ତନୁ ସାହୁ, ପୁଲସ୍ତି ସାହୁ ଓ ପଞ୍ଚୁ ସାହୁଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେହିପରି ହରିହରପୁରର କରୁଣାକର ନାୟକ, ଡିଲେଶ୍ବର ନାୟକ, ଅଧିକାରୀ ନାୟକ ଓ କଦଳୀପାଳ ଗ୍ରାମର ହେମନ୍ତ ସାହୁଙ୍କ କଦଳୀ ଗଛ ନଷ୍ଟ ହୋଇଥିବା ଜଣାପଡ଼ିଛି। ସେମାନଙ୍କର କ୍ଷୟକ୍ଷତି ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ରାଇତାବାହାଲ ପଞ୍ଚାୟତରେ ଝଡ଼ତୋଫାନ ଓ ବର୍ଷା
ବ୍ୟାପକ କ୍ଷୟକ୍ଷତି, ବିଦ୍ୟୁତ୍ ସେବା ଠପ୍
/sambad/media/post_attachments/wp-content/uploads/2018/10/deba-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)