ଶାଗୁଆନ ଓ ଶାଳ କାଠ ଜବତ:ଗାଡି ଜବତ, ୨ ଗିରଫ

ଦେବଗଡ: ଗୁରୁବାର ଜିଲ୍ଲାର ତିଲେଇବଣୀ ବ୍ଲକ କଂସର ଫରେଷ୍ଟ ସେକସନ ଚନ୍ଦ୍ରପୁର ଗ୍ରାମ ନିକଟରୁ ବନବିଭାଗ ପକ୍ଷରୁ ବେଆଇନ ଭାବେ ଯାଉଥିବା ଶାଗୁଆନ ଓ ଶାଳ କାଠ ସହ ଗାଡି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଚନ୍ଦ୍ରପୁର ଗ୍ରାମରୁ ବାରକୋଟ ଅଭିମୁଖେ ଏକ ଟାଟା ମ୍ୟାଜିକ ଗାଡି (ଓଆର-୨୮-୧୧୪୭)ରେ ବେଆଇନ ଭାବେ ବାରକୋଟ ବ୍ଲକ ବାଲିନାଳୀ ଗ୍ରାମର ବ୍ରଜବନ୍ଧୁ ସାହୁ ଓ ରୁଗୁଡ ଗ୍ରାମର ହିମାଂଶୁ ସାହୁ ଶାଗୁଆନ ଓ ଶାଳ କାଠ ନେଇଯାଉଥିଲେ। କଂସର ଫରେଷ୍ଟର ମହେନ୍ଦ୍ର ସାହୁ ସଦଳବଳେ ଘଟଣାସ୍ଥଳରେ ପଂହଚି ଉକ୍ତ ଗାଡିକୁ ଜବତ କରିବା ସହିତ ସେମାନଙ୍କ ପାଖରୁ ୧୧ ପିସ ଶାଗୁଆନ କାଠ ଓ ୪ ପିସ ଶାଳ ଚଉକାଠ ଜବତ କରିଥିଲେ।

ସମ୍ବନ୍ଧିତ ଖବର