ବାତ୍ୟା ୟାସ୍ ପ୍ରଭାବ: ଏଯାଏ ଥମିନି ଦେବଗଡ ଜିଲ୍ଲାରେ ବର୍ଷା ଓ ପବନ, ଚାଲିଛି ଗଛକଟା କାମ

ଦେବଗଡ଼: ବାତ୍ୟା ୟାସ ପ୍ରଭାବରେ ଦେବଗଡ ଜିଲ୍ଲାରେ ଗତକାଲି ପୂର୍ବାହ୍ନରୁ ବର୍ଷା ସହ ପବନ ବୋହୁଥିବା ଦେଖିବାକୁ ମିଳିଛି । ଗତକାଲି ପୂର୍ବହ୍ନରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ହାଲୁକା ପବନ ବୋହିବା ସହ ଝିପିଝିପ ବର୍ଷା ଲାଗି ରହିଛି । ଲାଗି ରହିଥିବା ବର୍ଷା ପବନ ପୌରାଞ୍ଚଳର ୬ନଂ ୱାର୍ଡରେ ବାସମତୀ ମୁଖୀଙ୍କ ଘର ଉପରେ ଗଛ ଭାଙ୍ଗି ପଡ଼ିଯାଇଥିଲା ।

ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଆଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ସଫା କରୁଥିବା ଦେଖିବାକୁ ମିଳିଛି । ସେହିପରି ୱାର୍ଡ ନଂ ୮ ଗୋବିନ୍ଦପୁର ବସ୍ତିର ରଜନୀକାନ୍ତ ମୁଣ୍ଡାଙ୍କ ଘର ଛାପର ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଗତକାଲି ବର୍ଷା ଓ ପବନ ର ପ୍ରଭାବରେ ଜିଲ୍ଲାରେ ବିଦ୍ୟୁତ ସରବାରହ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି ।

 

ସମ୍ବନ୍ଧିତ ଖବର