ରିଆମାଳ: ଦେବଗଡ଼ ଜିଲ୍ଲା କଣ୍ଟାବାହାଲ ଜାମୁନାଳୀ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବାମଣ୍ଡା ରାଜପରିବାରର ରାଣୀ ଅରୁନ୍ଧତୀ ଦେବୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ନିକଟସ୍ଥ ଛତାବର ଡାକ୍ତରଖାନାକୁ ନିଜ ଗାଡ଼ିରେ ନେଇ ଯାଇଥିଲେ। ସେଠାରେ ଆହତମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଆହତଙ୍କ ପରିଚୟ ରିପୋର୍ଟ ଲେଖିଲା ପର୍ଯ୍ୟନ୍ତ ମିଳିପାରିନାହିଁ।
ବାଇକ୍ ଦୁର୍ଘଟଣାରେ ୨ ଆହତ
/sambad/media/post_attachments/wp-content/uploads/2019/01/Road-Accident-4.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)