ଦୁର୍ଘଟଣାରେ ୨ ଗୁରୁତର

ରିଆମାଳ,: ରିଆମାଳ ଥାନା ଭିତରପଦରରେ ମଙ୍ଗଳବାର ଅପରାହ୍‌ଣରେ କାର୍‌-ବାଇକ୍‌ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି। ଟିଙ୍କବୀର ଗ୍ରାମର ଶିକ୍ଷକ ଉମାକାନ୍ତ ପ୍ରଧାନଙ୍କୁ ବାଇକରେ କାର୍‌ (ଓଡି ୦୫ଇ-୬୫୪୩) ପଛ ପଟୁ ଧକ୍କା ଦେଇ ଫେରାର ହୋଇଥିଲା। ନିକଟରେ ଥିବା ରେଙ୍ଗାଳପାଲିର ଦଣ୍ଡୁଆ ନାଏକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଶ୍ରୀ ପ୍ରଧାନଙ୍କୁ କଟକ ଓ ଶ୍ରୀ ନାଏକଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନିଆଯାଇଛି। ରିଆମାଳ ଆଇଆଇସି ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର