ରିଆମାଳ ବ୍ଲକରେ ପୁଣି ଭିଡିଓ ଭାଇରାଲ୍‌

ରିଆମାଳ: ରିଆମାଳ ବ୍ଲକ କଣ୍ଢେଇଗୋଳା ଥାନାଞ୍ଚଳରେ ପୁଣି ଜଣେ ଯୁବତୀ (୧୯ ବର୍ଷ)ଙ୍କ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତା ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଯୁବତୀ ଜଣକ ପଢ଼ିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡପଦା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ବିଜୟ ସାହୁ(୨୬) ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ସମୟରେ ସଂପୃକ୍ତ ଯୁବତୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ବିଜୟ ଉଠାଇ ନେଇଥିଲେ। କିଛି ଦିନ ତଳେ ଉକ୍ତ ଯୁବତୀଙ୍କ ବିବାହ ଅନ୍ୟ ଜଣେ ଯୁବକଙ୍କ ସହ ବୈଦିକ ରୀତିରେ ହୋଇଯିବା ପରେ ପ୍ରତିଶୋଧ ପରାୟଣ ହୋଇ ବିଜୟ ଉକ୍ତ ଫଟୋ ଓ ଭିଡିଓଗୁଡ଼ିକୁ ଭାଇରାଲ୍‌ କରିଦେଇଥିଲା। ଏହା ଜଣାପଡ଼ିବା ପରେ ଯୁବତୀ ଜଣକ ଗୁରୁବାର କୁଣ୍ଢେଇଗୋଳା ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଫଳରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ରତ୍ନାକର ମଲ୍ଲିକ ଏହାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ରହିଛି।

ସମ୍ବନ୍ଧିତ ଖବର