ସ୍ଥାନାନ୍ତରକୁ ଭୂତେଲ ଗ୍ରାମବାସୀଙ୍କ ବିରୋଧ

ଦେବଗଡ: ଜିଲ୍ଲାର ତିଲେଇବଣୀ ବ୍ଲକର ଭୂତେଲ ଗ୍ରାମର ସ୍ଥାନାନ୍ତରଣକୁ ବିରୋଧ କରି ବୁଧବାର ଗ୍ରାମବାସୀମନେ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ପାଠୀ ଏନେଇ ସରକାରଙ୍କ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଭୂତେଲ ଆଦିବାସୀ ବହୁଳ ଗ୍ରାମରେ ପ୍ରାୟ ୨୦୦ ଲୋକ ବସବାସ କରୁଛନ୍ତି। ବର୍ତ୍ତମାନ ଉକ୍ତ ଗ୍ରାମର ଜଙ୍ଗଲଟି ସମ୍ବଲପୁର ଜିଲ୍ଲାର ବଡରମା ଅଭୟାରଣ୍ୟ ସହିତ ସଂଲଗ୍ନ ଥିବା ହେତୁ ବନବିଭାଗ ପକ୍ଷରୁ ଉକ୍ତ ଗ୍ରାମ ଖାଲିକରିବା ସହିତ ସ୍ଥାନାନ୍ତର କରିବା ପାଇଁ କୁହାଯାଉଛି। ଗ୍ରାମବାସୀଙ୍କ ନାମର ସମସ୍ତ ଜମିର ପଟ୍ଟା ଥିବା ବେଳେ ପ୍ରତିବର୍ଷ ମଧ୍ୟ ରାଜସ୍ୱ ଖଜଣା ମଧ୍ୟ ପ୍ରଦାନ କରାଯାଉଛି। ସେମାନେ ଜିଲ୍ଲାରୁ ନିଜର ସମସ୍ତ ସୁବିଧା ସୁଯୋଗ ପାଉଥିବା ହେତୁ ଉକ୍ତ ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର