ଦେବଗଡ଼: ରିଆମାଳ ବ୍ଲକ୍ ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗାଁରେ ଦେଖା ଦେଇଛି ଜଳ ସଂକଟ ଘନେଇବାରେ ଲାଗିଛି। ଫଳରେ ପାଣି ଅଭାବରୁ ଲୋକେ ଡହଳ ବିକଳ ପରିସ୍ଥିତି ଉପୁଜିଲାଣି। ପ୍ରକାଶଥାଉ କି ବରଖୋଳ ଗାଁରେ ୨୫ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ସଂପ୍ରଦାୟର। ତେବେ ପାନୀୟ ଜଳ ବ୍ୟବସ୍ଥା ସ୍ୱରୂପ ଗାଁରେ ରହିଛି ଗୋଟିଏ ମାତ୍ର ନଳକୂଅ। ମାତ୍ର ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ଜଳସ୍ତର ହ୍ରାସ ଯୋଗୁଁ ଉକ୍ତ ନଳକୂଅରୁ କେତେବେଳେ ପାଣି ବାହାରୁଛି ତ ପୁଣି କେତେବେଳେ ନାହିଁ। ଯେଉଁ ପାଣି ବାହାରୁଛି ତାହା ବି ଗୋଳିଆ ହେବା ସହ ଲୌହ ମିଶ୍ରିତ ଥିବାରୁ ପିଇବା ଯୋଗ୍ୟ ନୁହେଁ। ମାତ୍ର ଅନ୍ୟ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଲୋକେ ଉକ୍ତ ପାଣିକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ତା’ ବାହାରେ ଗାଧୁଆ ପାଧୁଆ, ଶୌଚ ଆଦି ପାଇଁ ପାଣି ନଥିବାରୁ ଗ୍ରାମବାସୀଙ୍କୁ ପ୍ରାୟ ୨ କି.ମି. ଦୂରରେ ଥିବା ଏକ ନାଳକୁ ଯିବାକୁ ପଡୁଛି। କିନ୍ତୁ ପ୍ରବଳ ଗରମ ଯୋଗୁଁ ତାହା ବି ବର୍ତ୍ତମାନ ଶୁଖିବା ଅବସ୍ଥାରେ। ଖରା ଦିନ ଆରମ୍ଭରୁ ଏଭଳି ସଂକଟ ଦେଖା ଦେଇଥିବା ବେଳେ ଆଗକୁ ପୂରା ଗ୍ରୀଷ୍ମ ଋତୁ ପଡ଼ିଥିବାରୁ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି। ପୂର୍ବରୁ ଅନେକ ଥର ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜଳ ଯୋଗାଣ ପାଇଁ ଅନେକ ଥର ବିାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp